ନାଳରେ ବୁଡ଼ିଗଲେ ୨ ଶ୍ରମିକ

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମହଗାଁ-ଗୋଡ଼ାଲରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟସ୍ଥ  ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଧିର ବିରୁଆ ଓ ଟୁବୁଲିଆ ବିରୁଆ। ସେମାନଙ୍କ ଘର ଝାରଖଣ୍ଡରେ। ସୂଚନା ଅନୁସାରେ,  ସିନାପାଲି ବ୍ଲକ୍‌ ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଖମ୍ବ ପୋତା କାମ କରିବାକୁ ଏକ ଠିକା ସଂସ୍ଥା ଦ୍ୱାରା ଝାରଖଣ୍ଡର ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା।  ତେବେ […]

drown

drown

Jyoshna Pradhan
  • Published: Thursday, 15 August 2019
  • Updated: 15 August 2019, 02:07 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମହଗାଁ-ଗୋଡ଼ାଲରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟସ୍ଥ  ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଧିର ବିରୁଆ ଓ ଟୁବୁଲିଆ ବିରୁଆ। ସେମାନଙ୍କ ଘର ଝାରଖଣ୍ଡରେ।

ସୂଚନା ଅନୁସାରେ,  ସିନାପାଲି ବ୍ଲକ୍‌ ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଖମ୍ବ ପୋତା କାମ କରିବାକୁ ଏକ ଠିକା ସଂସ୍ଥା ଦ୍ୱାରା ଝାରଖଣ୍ଡର ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା।  ତେବେ ଆଜି ସକାଳେ ୭ରୁ ୮ଜଣ ଶ୍ରମିକ ନିକଟସ୍ଥ  ନାଳକୁ ଗାଧୋଇବାକୁ ଯାଇଥିଲେ।

ସେଠାରେ ହଠାତ୍ ପାଦ ଖସି ଯିବାରୁ ସୁଧିର ବୁଡ଼ି ଯାଇଥିଲେ । ତାଙ୍କୁ  ଉଦ୍ଧାର କରିବାକୁ ଯାଇ  ଟୁବୁଲିଆ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଥିବା ଅନ୍ୟ ଶ୍ରମିକମାନେ ଖୋଜାଖୋଜି  କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନ ଥିଲା। ଏହାପରେ ଖବର ପାଇ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା। 

 ପୁଲିସ୍‌ ଶବ ଜତକ କରି ବ୍ୟବଚ୍ଛେଦ ପାଇଁ ସିନାପାଲି ମେଡିକାଲ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos