ପେରୁରେ ଫସିଛନ୍ତି ୨ ଓଡ଼ିଆ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହସ୍ତଶିଳ୍ପର ପ୍ରଚାରପ୍ରସାର ପାଇଁ ଦକ୍ଷିଣ ଆମେରିକାର ପେରୁକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି ୨ ଓଡ଼ିଆ।  ପେରୁ ସରକାର ଦେଶରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା ସହ ଲିମା ଏୟାରପୋର୍ଟକୁ ବନ୍ଦ କରିଦେଇଥିବାରୁ ଉଭୟ ଅତି ଦୟନୀୟ ଅବସ୍ଥାରେ ସେଠାରେ ପଡ଼ି ରହିଛନ୍ତି। ତୁରନ୍ତ ଉଦ୍ଧାର କରିବାକୁ ସେମାନେ ସୋଶାଲ ମିଡିଆରେ ଓଡ଼ିଶା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି।  ଏହି ୨ ଓଡ଼ିଆ ହେଲେ ସଂଜୀବ କୁମାର ମହାପାତ୍ର ଓ ଶୈଳେନ୍ଦ୍ର […]

peru

Niharika Rout
  • Published: Friday, 20 March 2020
  • , Updated: 20 March 2020, 08:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହସ୍ତଶିଳ୍ପର ପ୍ରଚାରପ୍ରସାର ପାଇଁ ଦକ୍ଷିଣ ଆମେରିକାର ପେରୁକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି ୨ ଓଡ଼ିଆ।  ପେରୁ ସରକାର ଦେଶରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା ସହ ଲିମା ଏୟାରପୋର୍ଟକୁ ବନ୍ଦ କରିଦେଇଥିବାରୁ ଉଭୟ ଅତି ଦୟନୀୟ ଅବସ୍ଥାରେ ସେଠାରେ ପଡ଼ି ରହିଛନ୍ତି। ତୁରନ୍ତ ଉଦ୍ଧାର କରିବାକୁ ସେମାନେ ସୋଶାଲ ମିଡିଆରେ ଓଡ଼ିଶା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି।  ଏହି ୨ ଓଡ଼ିଆ ହେଲେ ସଂଜୀବ କୁମାର ମହାପାତ୍ର ଓ ଶୈଳେନ୍ଦ୍ର ନାରାୟଣ ଦାସ।

ଭାରତ ସରକାରଙ୍କ ITPO ସଂସ୍ଥା ଆନୁକୂଲ୍ୟରେ  ମାର୍ଚ୍ଚ ୧୧ରୁ ୧୫ ପର୍ଯ୍ୟନ୍ତ ପେରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେମାନେ ସେଠାକୁ ଯାଇଥିଲେ। ମାତ୍ର ବିଶ୍ୱବ୍ୟାପୀ ଦିନକୁ ଦିନ କରୋନାରେ ମୃତକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ପେରୁରେ ରାଷ୍ଟ୍ରପତି ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରିଦେଲେ। ଫଳରେ ଉଦ୍‌ଘାଟନ ପରଦିନ କାର୍ଯ୍ୟକ୍ରମ ବାତିଲ ହୋଇଗଲା।

ଭାରତ ଫେରିବାକୁ ଉଭୟ ଗତ ୧୭ ତାରିଖରେ ଟିକେଟ ବୁକ୍‌ କରିଥିବା ବେଳେ ସେହି ଦିନ ହିଁ ପେରୁ ସରକାର ଲିମା ଏୟାରପୋର୍ଟକୁ ବନ୍ଦ କରିଦେଲେ। ଫଳରେ ସେମାନେ ଏବେ ପେରୁରେ ଫସି ରହିଛନ୍ତି। ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ପକ୍ଷରୁ ସହାୟତା ମିଳୁଥିଲେ ବି ଏହା ସମୁଦ୍ରକୁ ଶଙ୍ଖେ ବୋଲି ସେମାନେ କହିଛନ୍ତି। ଦେଶକୁ ଫେରିବାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Related story