କରୋନା କଟକଣା ପାଳନ କରି ବିବାହ କଲେ ୨ ଯୋଡ଼ା ଦମ୍ପତି

ଅନୁଗୋଳ/କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ ନିୟମକୁ ପାଳନ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ଯୋଡ଼ା ଦମ୍ପତି। କରୋନା ସଚେତନତାରେ ଭରପୁର ଏହି ନିରାଡମ୍ବର ବାହାଘରରେ । କିନ୍ତୁ କରୋନା ସତର୍କତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଉଭୟ ବାହାଘରରେ ଯଦିଓ ବାଜା ବାଜି ନ ଥିଲା କି ବାଣ ଫୁଟି ନ  ଥିଲା ,କିନ୍ତୁ ଥିଲା ସରକାରଙ୍କ ଲକ୍ ଡାଉନ ପ୍ରତି ଉଭୟ ପକ୍ଷଙ୍କ ଶତ […]

mrg-1

mrg-1

Niharika Rout
  • Published: Monday, 27 April 2020
  • Updated: 27 April 2020, 02:19 PM IST

Sports

Latest News

ଅନୁଗୋଳ/କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ ନିୟମକୁ ପାଳନ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ଯୋଡ଼ା ଦମ୍ପତି। କରୋନା ସଚେତନତାରେ ଭରପୁର ଏହି ନିରାଡମ୍ବର ବାହାଘରରେ । କିନ୍ତୁ କରୋନା ସତର୍କତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା।

ଉଭୟ ବାହାଘରରେ ଯଦିଓ ବାଜା ବାଜି ନ ଥିଲା କି ବାଣ ଫୁଟି ନ  ଥିଲା ,କିନ୍ତୁ ଥିଲା ସରକାରଙ୍କ ଲକ୍ ଡାଉନ ପ୍ରତି ଉଭୟ ପକ୍ଷଙ୍କ ଶତ ପ୍ରତିଶତ ସମର୍ଥନ  ଥିଲା ।  ହାତ ଗଣତି ସଦସ୍ୟ ଏହି ବାହାଘରରେ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶିର୍ବାଦ ଦେଇଥିଲେ। ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ମାସ୍କ ପିନ୍ଧି, ହାତକୁ ସାନିଟାଇଜ କରି ଏହି ବିବାହ ଉତ୍ସବକୁ ସ୍ମରଣୀୟ କରିଥିଲେ । ବେଦୀରେ ବର କନ୍ୟା ମାସ୍କ ପିନ୍ଧି ବସିଥିବା ବେଳେ ପଣ୍ଡିତ ମଧ୍ୟ ମାସ୍କ ପିନ୍ଧି ମନ୍ତ୍ର ଉଚାରଣ କରି ବିବାହ ସମ୍ପନ୍ନ କରିଥିଲେ । ଏହାବ୍ୟତୀତ ଏହି ୨ ବିବାହ ଦ୍ୱାରା  ଉପସ୍ଥିତ ସମସ୍ତ ଅତିଥିଙ୍କୁ କରୋନା ସମ୍ପର୍କରେ ସଚେତନତା କରିବାର ସୁନ୍ଦର ପ୍ରୟାସ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

କରୋନାକୁ ନେଇ ସଚେତନ ହେବା ସହ ଏନେଇ ବେଶ ସତର୍କ ରହିଛନ୍ତି ଢେଙ୍କାନାଳ ପରଜଙ୍ଗ ଥାନର ସରଙ୍ଗା ଗାଁର ସୁଶାନ୍ତ ଭୂତିଆ ଓ କଲ୍ୟାଣି ବେହେରା। କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ ବେଳେ ବିବାହ କରିଛନ୍ତି ସେମାନେ । ହେଲେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ମାସ୍କ ପିନ୍ଧିବା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

ଖାଲି ବର କନ୍ୟା ନୁହେଁ ବିବାହ କାର୍ଯ୍ୟରେ ନିୟୋଜିତ ଥିବା ପୁରୋହିତ ଓ ପରିବାର ଲୋକେ ବି ମୁହଁ ଘୋଡ଼ାଇଥିଲେ । ସାମାଜିକ ଦୂରତାକୁ ରକ୍ଷା କରିବା ସହ ନିରାଡମ୍ବର ଭାବେ ସମ୍ପନ୍ନ ହୋଇଛି ଏହି ବିବାହ । ଏହାସହ ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡକୁ ୫ ହଜାର ଟଙ୍କା ଦାନ ବି କରିଛନ୍ତି ଏହି ନୂଆ ଦମ୍ପତି।

ସେହିଭଳି ଆଉ ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେରରେ । ସ୍ଥାନୀୟ ଅଞ୍ଚଳର କୁନା ମହାରଣା ଓ ସିଲନ୍ ମହାରଣା ବିବାହ କରିଛନ୍ତି । ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ତିଥି ନ ଥିବାରୁ ଉଭୟ ପକ୍ଷ ପୂର୍ବରୁ ସ୍ଥିର ହୋଇଥିବା ଏପ୍ରିଲ ୨୬ତାରିଖରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଲକ୍ ଡାଉନ ଥିବାରୁ ବିବାହକୁ ଅନୁମତି ଦେବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ଜାରି ଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରି ବିବାହ କରିବାକୁ ସେମାନେ ରାଜି ହେବା ପରେ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା । ଯାହାର ପ୍ରତିଫଳନ ସମ୍ପୂର୍ଣ୍ଣ ଭାବେ ଏହି ବିବାହରେ ଦେଖିବାକୁ ମିଳିଥିଲା । ବର ପକ୍ଷ ଏବଂ କନ୍ୟା ପକ୍ଷର ହାତ ଗଣତି ସଦସ୍ୟଙ୍କ ସମେତ ପଣ୍ଡିତ ଓ ବାରିକ ଉପସ୍ଥିତ ରହି ବିବାହକୁ ସମ୍ପନ୍ନ କରାଇଥିଲେ ।

ଏଠି ବି ବର, କନ୍ୟା ମୁହଁରେ ମାସ୍କ ପିନ୍ଧି ବାହା ହୋଇଛନ୍ତି । କୌଣସି ଜାକଜମକରେ ବିବାହ ନ କରି କେବଳ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ପରସ୍ପରର ସୁଖଦୁଃଖର ସାଥୀ ପାଲଟିଛନ୍ତି ଉଭୟେ । ତେବେ ବର ବେଦୀକୁ ଯିବା ପୂର୍ବରୁ ହାତକୁ ସାନିଟାଇଜରରେ ସଫା କରିବା ପରେ ବେଦୀରେ ବସିଛନ୍ତି। ଖାଲି ବର ନୁହଁନ୍ତି ଅନ୍ୟ ପରିବାର ଲୋକେ ବି ସମାନ ଭାବେ ନିଜକୁ ସାନିଟାଇଜ୍ କରିଛନ୍ତି ।

ବିବାହରେ କମ ସଂଖ୍ୟକ ଅତିଥି ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଯୋଡ଼ି ୫ ହଜାର ଟଙ୍କା ଦାନ କରିଛନ୍ତି। କରୋନା ଯୋଗୁ ଗରୀବ ଶ୍ରେଣୀର  ଲୋକେ ଖାଇବାକୁ ପାଉ ନ ଥିବାରୁ ସେମାନେ ଏପରି  ଦାନ କରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story