କୁଚିଣ୍ଡା(ଦେବେନ୍ଦ୍ର ବେହେରା): ପୁଅର କାନ୍ଧକୁ ଅପେକ୍ଷା କରିଛି ବାପାଙ୍କ ମୃତଦେହ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସାହସପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଭୟ ଯୋଗୁଁ ସେମାନଙ୍କ ଦୁଇ ପୁଅ ଘରକୁ ଫେରି ପାରୁନାହାନ୍ତି। ଘରେ ପହଞ୍ଚିବା ସେମାନଙ୍କ ପାଇଁ କାଠିକର ହୋଇପଡ଼ିଛି।
ଦିଲ୍ଲୀପଙ୍କ ବଡପୁଅ ମୁମ୍ବାଇରେ ଥିବା ବେଳେ ସାନ ପୁଅ ଆମେରିକାର କାଲିଫର୍ଣ୍ଣିଆରେ ଚାକିରି କରୁଛନ୍ତି। ଏଭଳି ସମୟରେ ଦୁଇ ପୁଅ ଘରେ ପହଞ୍ଚି ପାରୁ ନଥିବାରୁ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ତିମ ଦର୍ଶନ ପାଇଁ ମୃତ ଶରୀରକୁ ଫ୍ରିଜରରେ ରଖାଯାଇଛି। କରୋନା ପାଇଁ କଟକଣା ଯୋଗୁଁ ସାନ ପୁଅ ପହଞ୍ଚିବା ବିଳମ୍ବ ହେଉଥିବା ବେଳେ ବଡପୁଅ ନିଜ କାରରେ ମୁମ୍ବାଇରୁ ଘରକୁ ଫେରୁଥିବା ଜଣାଯାଇଛି।
ତେଣୁ ବଡ଼ ପୁଅ ଆସିବା ପରେ ବାପାର ଶବ ସତ୍କାର କରିବା ବୋଲି ଦିଲ୍ଲୀପଙ୍କ ପତ୍ନୀ କୋହଭରା କଣ୍ଠରେ କହିଛନ୍ତି। ହେଲେ କରୋନା ଭୟରେ ସାନ ପୁଅ ଶେଷ ଥର ଲାଗି ବାପାକୁ ଦେଖିବାର ସୁଯୋଗ ପାଉ ନ ଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।
Accident
ବ୍ରିଜ ତଳକୁ ଖସିଲା ବସ୍, ଭିତରେ ଥିଲେ ୪୫ ଯାତ୍ରୀ
ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ।
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।