ପ୍ରସୂତିଙ୍କୁ ଲାଞ୍ଚ ମାଗି ୨ ନିଲମ୍ବିତ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ସ୍ୱାମୀଙ୍କଠାରୁ ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ଘଟଣାରେ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁଇପରକୁ ନିଲମ୍ବିତ କରିଥିବା ବେଳେ ଆଉ ଜଣେ ସୁଇପରକୁ ବହିଷ୍କାର କରିଛନ୍ତି । ବୌଦ୍ଧ ଅଞ୍ଚଳର ରମେଶ ବାଘଙ୍କ  ପତ୍ନୀ ପ୍ରସବ ନିମନ୍ତେ ଗତ ଶନିବାର ହସ୍ପିଟାଲକୁ ଆସିଥିଲେ। ହେଲେ ହସ୍ପିଟାଲ୍ ଗେଟ୍ ପାଖରେ ହିଁ […]

sonapur-4-1

sonapur-4-1

Niharika Rout
  • Published: Monday, 30 December 2019
  • Updated: 30 December 2019, 12:31 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ସ୍ୱାମୀଙ୍କଠାରୁ ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ଘଟଣାରେ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁଇପରକୁ ନିଲମ୍ବିତ କରିଥିବା ବେଳେ ଆଉ ଜଣେ ସୁଇପରକୁ ବହିଷ୍କାର କରିଛନ୍ତି ।

ବୌଦ୍ଧ ଅଞ୍ଚଳର ରମେଶ ବାଘଙ୍କ  ପତ୍ନୀ ପ୍ରସବ ନିମନ୍ତେ ଗତ ଶନିବାର ହସ୍ପିଟାଲକୁ ଆସିଥିଲେ। ହେଲେ ହସ୍ପିଟାଲ୍ ଗେଟ୍ ପାଖରେ ହିଁ ତାଙ୍କ ଶିଶୁ କନ୍ୟା ଜନ୍ମ ହୋଇଥିଲା ।  ମହିଳାଙ୍କ ସ୍ୱାମୀ ହସ୍ପିଟାଲ କର୍ମଚାରୀଙ୍କୁ ଡାକି ମା’  ଛୁଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ମହିଳାଙ୍କ ସ୍ୱାମୀଙ୍କୁ ୨ ଜଣ ଷ୍ଟାଫ ନର୍ସ ୧ ହଜାର ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ରମେଶ ୫ଶହ ଟଙ୍କା ଦେବା ସହ ବାକି ଟଙ୍କା ଛେଳି ବିକ୍ରୀ କରି ଦେବେ ବୋଲି କହିଥିଲେ।

ଏହି ସମସ୍ତ ଘଟଣା ଏକ ମୋବାଇଲ କ୍ୟାମେରାରେ କଏଦ ସହ ଭାଇରାଲ ହୋଇଥିଲା। ଏହାପରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଘଟଣାରେ ସତ୍ୟତା ଥିବା ଜାଣି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଜିଲ୍ଲାପାଳ ଏହି ଘଟଣାରେ ସଂପୃକ୍ତ ଜଣେ ଷ୍ଟାଫ ନର୍ସ ଭାଗ୍ୟବତି ସା ଓ ଜଣେ ସୁଇପର କୌସଲ୍ୟା ବାଗକୁ ନିଲମ୍ୱିତ କରିଛନ୍ତି। ଏଥିରେ ସମ୍ପୃକ୍ତ ଆଉ  ଜଣେ ସୁଇପର ସସ୍ମିତା ମହାରଣାକୁ ବହିଷ୍କାର କରାଯାଇଥିବା  କହିଛନ୍ତି ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos