ବିଶ୍ୱ ରେକର୍ଡ କଲେ କୁନି ଧର୍ମପଦ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁଣ୍ଡି ମାରି ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଥିଲେ କୁନି ବାଳକ ଧର୍ମପଦ। ଏବେ ଚର୍ଚ୍ଚାରେ ଆଉ ଜଣେ କୁନି ଧର୍ମପଦ। ଇଏ ଧର୍ମପଦ ହେଉଛନ୍ତି ବଲାଙ୍ଗିର ସହର ରାଜୀବନଗର ପଡାର ବାଳୁକା ଶିଳ୍ପୀ ଓମପ୍ରକାଶ ସାହୁଙ୍କ ଦୁଇ ବର୍ଷର ପୁଅ। ନିଜ ମୁହଁରେ ଦେଶର ସମସ୍ତ ରାଜ୍ୟର ରାଜଧାନୀର ନାଁ କହି ୱାର୍ଲଡ ରେକର୍ଡର ଅଧିକାରୀ ହୋଇଛନ୍ତି ମାତ୍ର ଦୁଇ ବର୍ଷର ଏହି କୁନି […]

bolangir

Ranjit Kumar Jena
  • Published: Thursday, 14 January 2021
  • , Updated: 14 January 2021, 06:56 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁଣ୍ଡି ମାରି ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଥିଲେ କୁନି ବାଳକ ଧର୍ମପଦ। ଏବେ ଚର୍ଚ୍ଚାରେ ଆଉ ଜଣେ କୁନି ଧର୍ମପଦ। ଇଏ ଧର୍ମପଦ ହେଉଛନ୍ତି ବଲାଙ୍ଗିର ସହର ରାଜୀବନଗର ପଡାର ବାଳୁକା ଶିଳ୍ପୀ ଓମପ୍ରକାଶ ସାହୁଙ୍କ ଦୁଇ ବର୍ଷର ପୁଅ।

ନିଜ ମୁହଁରେ ଦେଶର ସମସ୍ତ ରାଜ୍ୟର ରାଜଧାନୀର ନାଁ କହି ୱାର୍ଲଡ ରେକର୍ଡର ଅଧିକାରୀ ହୋଇଛନ୍ତି ମାତ୍ର ଦୁଇ ବର୍ଷର ଏହି କୁନି ଶିଶୁ। ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡ ନାମକ ଏକ ସଂସ୍ଥା ଦ୍ୱାରା ଧର୍ମପଦଙ୍କୁ କମ ବୟସରେ ଲଗାତାର ଭାବରେ ଷ୍ଟେଟ କ୍ୟାପିଟାଲ ମାନଙ୍କ ନାଁ କହି ପାରୁଥିବାରୁ ୱାର୍ଲଡ ରେକର୍ଡ ସାର୍ଟିଫିକେଟ ପ୍ରଦାନ କରାଯାଇଛି।

ଧର୍ମପଦଙ୍କ ବାପା ଓମପ୍ରକାଶ ସାହୁ ଏବଂ ମା' ଭାଗ୍ୟବତୀ ବାଗ ଉଭୟ ଶିକ୍ଷକତା କରନ୍ତି। ଓମପ୍ରକାଶ ଜଣେ ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଲକଡାଉନ ସମୟରେ କରୋନା ସଚେତନତା ଗୀତ ଗାଇ ଉଭୟେ ବେଶ ପ୍ରଶଂସିତ ହୋଇଥିଲେ। ଏବେ ତାଙ୍କ ଦୁଇ ବର୍ଷର ପୁଅ ୱାର୍ଲଡ ରେକର୍ଡ କରି ସାରା ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି।

Related story