ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରପୋଳା ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ। ଉଭୟ ପାଟକୁରାସ୍ଥିତ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି ଏହି ଅଘଟଣ ଘଟିଛି। ଆଜି ସକାଳେ ୯ ଟାରେ ଗାଧୋଇବା ପାଇଁ ଉଭୟ ନିକଟସ୍ଥ ନଦୀକୁ ଯାଇଥିଲେ। ନଦୀରୁ ଫେରିବା ଡେରି ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି କରିଥିଲେ। […]

drown-1

Niharika Rout
  • Published: Friday, 13 March 2020
  • , Updated: 13 March 2020, 10:25 AM IST

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରପୋଳା ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ। ଉଭୟ ପାଟକୁରାସ୍ଥିତ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି ଏହି ଅଘଟଣ ଘଟିଛି।

ଆଜି ସକାଳେ ୯ ଟାରେ ଗାଧୋଇବା ପାଇଁ ଉଭୟ ନିକଟସ୍ଥ ନଦୀକୁ ଯାଇଥିଲେ। ନଦୀରୁ ଫେରିବା ଡେରି ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି କରିଥିଲେ। କିନ୍ତୁ ସେମାନଙ୍କ ସନ୍ଧାନ ପାଇ ନ ଥିଲେ।  ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟକୁରା ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Related story