ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୧ ଲକ୍ଷ ଟଙ୍କା

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ବର୍ଷ ପରେ ଦିଲ୍ଲୀ ଏମ୍‌ସରୁ ବାହୁଡ଼ି ଜଗା-କାଳିଆ ଗତକାଲି ଓଡ଼ିଶାରେ ପହଞ୍ଚିଛନ୍ତି। ଉଭୟଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ରଖାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଗତକାଲି ଜଗା-କାଳିଆ ରହୁଥିବା ସ୍ୱତନ୍ତ୍ର ୱାର୍ଡ ବୁଲି ଦେଖିଥିଲେ। ଏହାପରେ କଟକ ଏସ୍‌ସିବିରେ ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ,“ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ମୋଟ ୧ କୋଟି ଟଙ୍କା […]

ctc

ctc

Jyoshna Pradhan
  • Published: Sunday, 08 September 2019
  • Updated: 08 September 2019, 11:34 AM IST

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ବର୍ଷ ପରେ ଦିଲ୍ଲୀ ଏମ୍‌ସରୁ ବାହୁଡ଼ି ଜଗା-କାଳିଆ ଗତକାଲି ଓଡ଼ିଶାରେ ପହଞ୍ଚିଛନ୍ତି। ଉଭୟଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ରଖାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଗତକାଲି ଜଗା-କାଳିଆ ରହୁଥିବା ସ୍ୱତନ୍ତ୍ର ୱାର୍ଡ ବୁଲି ଦେଖିଥିଲେ।

ଏହାପରେ କଟକ ଏସ୍‌ସିବିରେ ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ,“ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ମୋଟ ୧ କୋଟି ଟଙ୍କା ଦେଇଥିଲେ। ସେଥିରୁ ୨୧.୮୩ ଲକ୍ଷ ଖର୍ଚ୍ଚ ହୋଇଛି। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ତାକୁ ସ୍କୁଲରେ ଆଡମିଶନ ଯୋଜନା କରାଯାଉଛି।”

ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ, କାଳିଆର ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। କାଜୁଆଲ୍ଟି ବିଲ୍ଡିଂର ପ୍ରଥମ ମହଲାରେ ଥିବା ଆଇସିସିୟୁରେ ସେମାନଙ୍କୁ ରଖାଯିବା ସହ ୨୪ ଘଣ୍ଟିଆ ତତ୍ତ୍ୱାବଧାନ ପାଇଁ ସ୍ୱତନ୍ତ୍ର ନର୍ସ ଓ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି।  ଯେଉଁଥିରେ ନ୍ୟୁରୋଲଜି, ପେଡିଆଟ୍ରିକ୍, ପଲ୍‌ମୋନାରି, ଫିଜିଓ ଥେରାପି ଭଳି ବହୁ ବିଶେଷଜ୍ଞ ରହିଛନ୍ତି।

ସେମାନଙ୍କ ଚିକିତ୍ସା ସହିତ ଖାଦ୍ୟ, ପାନୀୟ ଓ ଶାରୀରିକକ ବ୍ୟାୟାମ ଆଦି କିପରି କରାଯିବ ସେ ସମ୍ପର୍କରେ ଦିଲ୍ଲୀ ଏମ୍‌ସରୁ ଆସିଥିବା ଡାକ୍ତରୀ ଟିମ୍ ସହ ଏସ୍‌ସିବିର ଡାକ୍ତରମାନେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story