୮୦ ଦେଶରୁ ଫେରିଥିବା ୨୧୩୧ ଜଣ  ଏବେ ହୋମ୍ କ୍ୱାରେଣ୍ଟାଇନରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ପାଲଟିଥିବା କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସ୍ୱେଚ୍ଛାକୃତ ପଞ୍ଜିକରଣ ବ୍ୟବସ୍ଥାରେ ଆଜି ଅପରାହ୍ନ ୨ଟା ସୁଦ୍ଧା ୨୧୩୧ଜଣ ଲୋକ ପଞ୍ଜିକୃତ ହୋଇଛନ୍ତି। ପ୍ରାୟ ୮୦ଟି ଦେଶରୁ ଆସିଥିବା ଏହି ବ୍ୟକ୍ତିମାନେ ରାଜ୍ୟର ୨୯ଟି ଜିଲ୍ଲାର ଓ ସେମାନେ ସମସ୍ତେ ୧୪ଦିନ ପାଇଁ ‘ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା […]

subrat-1

subrat-1

Tapas Behera
  • Published: Wednesday, 18 March 2020
  • Updated: 18 March 2020, 06:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ପାଲଟିଥିବା କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସ୍ୱେଚ୍ଛାକୃତ ପଞ୍ଜିକରଣ ବ୍ୟବସ୍ଥାରେ ଆଜି ଅପରାହ୍ନ ୨ଟା ସୁଦ୍ଧା ୨୧୩୧ଜଣ ଲୋକ ପଞ୍ଜିକୃତ ହୋଇଛନ୍ତି। ପ୍ରାୟ ୮୦ଟି ଦେଶରୁ ଆସିଥିବା ଏହି ବ୍ୟକ୍ତିମାନେ ରାଜ୍ୟର ୨୯ଟି ଜିଲ୍ଲାର ଓ ସେମାନେ ସମସ୍ତେ ୧୪ଦିନ ପାଇଁ ‘ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ପାଇଁ ଆଇଇସି ମୁଖ୍ୟ ତଥା ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ ଗତ ୨୪ଘଣ୍ଟା ମଧ୍ୟରେ ଟୋଲ ଫ୍ରି ନମ୍ବର ୧୦୪କୁ ୫୨୦୨ଟି କଲ୍ ଆସିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ଯେ, ଏହି ଟୋଲ୍ ଫି ନମ୍ବର ଓ ୱେବସାଇଟ୍ ମାଧ୍ୟମରେ ପ୍ରତି ଘଣ୍ଟାରେ ୮୦ଜଣ ଲୋକ ପଞ୍ଜିକୃତ ହେଉଛନ୍ତି। ଏପର୍ଯ୍ୟନ୍ତ ୮୦ଟି ଦେଶରୁ ଆସିଥିବା ୨୧୩୧ଜଣ ଲୋକ ପଞ୍ଜିକୃତ ହୋଇଛନ୍ତି। ଏଥିରେ କେବଳ ମାଲକାନଗିରିକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାର ନାଗରିକ ଅଛନ୍ତି। ସର୍ବାଧିକ ୩୭% ଭୁବନେଶ୍ୱର(ଖୋର୍ଦ୍ଧା ଜିଲ୍ଲା)ର ଥିବାବେଳେ କଟକର ୧୧ପ୍ରତିଶତ, ଗଞ୍ଜାମ ଜିଲ୍ଲାର ୯ ପ୍ରତିଶତ, କେନ୍ଦ୍ରାପଡ଼ାର ୬ ପ୍ରତିଶତ ଓ ବାଲେଶ୍ୱରର ୫ପ୍ରତିଶତ ଲୋକ ଅଛନ୍ତି। ସେହିପରି ସର୍ବାଧିକ ୨୦% ଲୋକ ୟୁଏଇରୁ ଆସିଥିବାବେଳେ ଆମେରିକାରୁ ୯%, ସାଉଦିଆରବରୁ ୫%, ଲଣ୍ଡନ ଓ ମାଲେସିଆରୁ ୪ ପ୍ରତିଶତ ଲେଖାଏ ଲୋକ ଆସିଥିବାବେଳେ ସର୍ବାଧିକ କରୋନା ପ୍ରଭାବିତ ଚୀନରୁ କେହି ଆସିନାହାନ୍ତି। ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ଇଟାଲୀରୁ ୧ ପ୍ରତିଶତ ଲେଖାଏ ଲୋକ ଆସିଥିବା ନିଜ ପଞ୍ଜିକରଣରେ ଉଲ୍ଲେଖ କରିଛନ୍ତି। ପଞ୍ଜିକୃତ ହୋଇଥିବା ୨୧୩୧ଜଣ ବ୍ୟକ୍ତିଙ୍କ ମଧ୍ୟରେ ୮୦ବର୍ଷ ବୟସରୁ ଉର୍ଦ୍ଧ୍ୱ ମାତ୍ର ଜଣେ ବ୍ୟକ୍ତି ଥିବାବେଳେ ୬୦ରୁ୮୦ବର୍ଷ ବୟସ ମଧ୍ୟରେ ୯୭ଜଣ ବ୍ୟକ୍ତି ରହିଛନ୍ତି।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ, ବିଦେଶରୁ ଫେରି ପଞ୍ଜିକୃତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଜିଲ୍ଲା ହସ୍ପିଟାଲ ଓ ସରକାରୀ ମେଡିକାଲ କଲେଜରେ ଏପର୍ଯ୍ୟନ୍ତ ୫୪୦ଟି  ଆଇସୋଲେସନ୍ ବେଡ୍ ସ୍ଥାପନ କରାଯାଇଛି। ଏହି ସଂଖ୍ୟା ମଧ୍ୟ ଭବିଷ୍ୟତରେ ଅଧିକ ବୃଦ୍ଧି କରାଯିବ।

କରୋନା ପଜେଟିଭ୍ ଥିବା ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେ ଆଜି ସକାଳେ ସ୍ୱାଭାବିକ ଜଳଖିଆ ଓ ମଧ୍ୟାହ୍ନ ଭୋଜନ କରିଛନ୍ତି। ଆଜିସୁଦ୍ଧା ୪୭ଜଣଙ୍କ ନମୂନା ପଠାଯାଇଥିବାବେଳେ କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଡ଼ିଲେ ଅନ୍ୟ ୪୬ଜଣଙ୍କ ନେଗେଟିଭ୍ ଅଛନ୍ତି। ଯାହାକି ଆମ ପାଇଁ ଆଶ୍ୱସ୍ତିର ଖବର। ଆଜି ଆଉ ୬ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି।
ସେହିପରି ସମଗ୍ର ଦେଶରେ କରୋନା ପଜେଟିଭଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ସେହି ୩ ରହିଛି। ବିଶ୍ୱରେ କରୋନା ପ୍ରଭାବିତ ଦେଶ ସଂଖ୍ୟା ୧୬୨ରୁ ୧୬୭କୁ ବୃଦ୍ଧି ପାଇଥିବାବେଳେ ମୋଟ ୧ଲକ୍ଷ ୯୯ହଜାର ୧୯୩ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story