୨୨ରେ ପ୍ରକାଶ ପାଇବ ଇତିଶ୍ରୀ ମାମଲାର ରାୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି ଶୁକ୍ରବାର ଜିଲା ଦୌରାଜଜ୍‌ ଅଦାଲତରେ ଶେଷ ହୋଇଛି। ଜିଲା ଦୌରାଜଜ୍‌ ଜନାବ ମହମ୍ମଦ ଅଜମଲ ଇଜିଲାସରେ ଦୁଇ ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି ଅନ୍ତ ଘଟାଇ ରାୟକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୨ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ୭୫ ଜଣଙ୍କ ନାମ ସାକ୍ଷ୍ୟ ପ୍ରଦାନ ପାଇଁ ତାଲିକାଭୁକ୍ତ କରାଯାଇଥିବା ବେଳେ ସେମାନଙ୍କ […]

itishree

itishree

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 04:00 AM IST

Sports

Latest News

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି ଶୁକ୍ରବାର ଜିଲା ଦୌରାଜଜ୍‌ ଅଦାଲତରେ ଶେଷ ହୋଇଛି। ଜିଲା ଦୌରାଜଜ୍‌ ଜନାବ ମହମ୍ମଦ ଅଜମଲ ଇଜିଲାସରେ ଦୁଇ ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି ଅନ୍ତ ଘଟାଇ ରାୟକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୨ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ୭୫ ଜଣଙ୍କ ନାମ ସାକ୍ଷ୍ୟ ପ୍ରଦାନ ପାଇଁ ତାଲିକାଭୁକ୍ତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଛି। ସେହିପରି ପର୍ଯ୍ୟାୟକ୍ରମେ ସାକ୍ଷୀଙ୍କୁ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ଜେରା ଶେଷ କରାଯାଇଛି। ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ପକ୍ଷରୁ ଓକିଲ ବିଷ୍ଣୁପ୍ରସାଦ ପଣ୍ଡା ଯୁକ୍ତି ଉପସ୍ଥାପନ କରି ତାଙ୍କ ମହକିଲ ନିର୍ଦୋଷ ବୋଲି ଅଦାଲତଙ୍କୁ ଅବଗତ କରାଇଥିଲେ। ଇତିଶ୍ରୀଙ୍କୁ ମାରିବା ପାଇଁ କୌଣସି ବ୍ୟକ୍ତିଙ୍କୁ ପଠାଇଥିବା କିମ୍ୱା ଘରେ ପଶିବା ବ୍ୟକ୍ତି ମଧ୍ୟରେ ଅଭିଯୁକ୍ତ ନେତ୍ରାନନ୍ଦ ରହିଥିବା ଭଳି କୌଣସି ସାକ୍ଷ୍ୟ ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇପାରି ନାହିଁ। ତେଣୁ ସେ ନିର୍ଦୋଷ ବୋଲି ନେତ୍ରାନନ୍ଦଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଶୁକ୍ରବାର ସକାଳ ୧୦.୩୦ରେ ଶୁଣାଣି ଆରମ୍ଭ ହୋଇଥିଲା। କ୍ରାଇମ ବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ରାଜେନ୍ଦ୍ରପ୍ରସାଦ ସାହୁ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ନେତ୍ରାନନ୍ଦଙ୍କ ବିରୋଧରେ ଏକାଧିକ ପ୍ରମାଣ ଓ ତଥ୍ୟ ରହିଥିବା କୋର୍ଟକୁ ଜଣାଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିଲା ପରେ ଜିଲା ଓ ଦୌରାଜଜ୍‌ ରାୟକୁ ସଂରକ୍ଷିତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୧୩ ଅକ୍ଟୋବର ମାସ ୨୭ ତାରିଖ ରାତି ୯ଟା ବେଳେ ଇତିଶ୍ରୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ବିଭିନ୍ନ ସମୟରେ ଧମକଚମକ ଦେବା ଅଭିଯୋଗରେ ଇତିଶ୍ରୀ ଥାନାରେ ନେତ୍ରାନନ୍ଦ ଓ ତାଙ୍କ ପରିବାର ବିରୋଧରେ ଏତଲା ଦେଇଥିଲେ। କୌଣସି ସାକ୍ଷ୍ୟ ପ୍ରମାଣ ନ ପାଇ କାଶୀପୁର ଜେଏମଏଫସି କୋର୍ଟ ପରିବାର ଲୋକଙ୍କୁ ନିର୍ଦୋଷରେ ଖଲାସ କରି ଦେଇଥିବାବେଳେ ନେତ୍ରାନନ୍ଦ ଏବେ ବି ରାୟଗଡ଼ା ଉପକାରାଗାରରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story