୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଝାଡ଼େଶ୍ୱରପୁର ବସ୍ତିରୁ ୨୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି। ତା ନାଁ ଅନୀଲ ଖଟିକ। ସେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଅନୀଲ ଖଡ଼ଗପୁରରୁ ଟ୍ରେନ୍‌ରେ ଆସି ବ୍ରାଉନ୍ ସୁଗାର କିଣି ଫେରୁଥିବା ବେଳେ ଜଳେଶ୍ୱର ଅବକାରୀ ବିଭାଗର ଏଏସ୍‌ଆଇ ହରପ୍ରସାଦ ରଣାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ଚଢ଼ାଉ କରି ତାକୁ ଗିରଫ କରିଥିଲା।