ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡରାବ ଗାଁ ନିକଟ ଶଗଡ଼ିଆମ୍ୱ ଘାଟିରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡରାବ ଗାଁର ୩୦ ଜଣ ଶ୍ରମିକ ଜିରାଙ୍ଗ କ୍ୟାମ୍ପ ନଂ-୧ରେ ଥିବା ମକା ଫାର୍ମକୁ କାମ କରିବାକୁ ଯାଇଥିଲେ। କାମ ସାରି ସେମାନେ ଏହି ଟ୍ରାକ୍ଟର ଯୋଗେ ଗାଁକୁ ଫେରୁଥିଲେ। ହେଲେ ଶଗଡ଼ିଆମ୍ୱ ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିଲା।
ଆହତ ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ପୁଲିସ୍ ଟ୍ରାକ୍ଟରଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
Miscellaneous
ବାବା କେଟିଏମ୍ ବାଇକ୍ରେ ଝିଅ ଧରି ବୁଲୁଥିଲେ...
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ।
Crime
ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ
୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।