ଦେବଗଡ: ଆସନ୍ତା ୨୩ ରୁ ୨୭ ପର୍ଯ୍ୟନ୍ତ ଦେବଗଡ ଜିଲ୍ଲା ପ୍ରଧାନପାଟ ପାହାଡରେ ପର୍ବତାରୋହଣ କୌଶଳ ଶିକ୍ଷା ଦିଆଯିବ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଦେବଗଡ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ସୂଚନା ଦେଇଛନ୍ତି। ଅନ୍ତରାଷ୍ଟ୍ରୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଏହି ଶିକ୍ଷା ଦେବେ । ଶିବିରରେ ପ୍ରାୟ ୧୦୦ରୁ ଅଧିକ ପର୍ବତାରୋହୀଙ୍କୁ ଶିକ୍ଷା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରୁ ପ୍ରଶିକ୍ଷିତ ଶ୍ରେଷ୍ଠ ୧୦ ଜଣକୁ ବାହାର ରାଜ୍ୟରେ ଅଧିକ କୌଶଳ ଶିକ୍ଷା ଦିଆଯିବ। ଯାହାକି ଯୁବକ ଯୁବତୀମାନଙ୍କ ଭବିଷ୍ୟତ ରୋଜଗାର ପାଇଁ ସହାୟକ ହେବା ସହିତ ଦେବଗଡର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ମଜବୁତ କରିବ। ଓଡିଶା ସରକାରଙ୍କ କ୍ରୀଡା ବିଭାଗ ଏଥିପାଇଁ ସହାୟତା ଯୋଗାଇ ଦେଉଛି।