ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବାହାରେ ମଳ ତ୍ୟାଗ କରିବା ମହଙ୍ଗା ପଡ଼ିଲା। ବନ୍ଦ ହେଲା ରାସନ୍ ସାମଗ୍ରୀ। ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ।
ବାହାରେ ମଳ ତ୍ୟାଗ କରିବାରୁ ସରପଞ୍ଚ ସୁଶାନ୍ତ ସ୍ୱାଇଁ ଗୌତମୀ ପଞ୍ଚାୟତର ୨୪ଟି ପରିବାରକୁ ଅକ୍ଟୋବର ମାସର ରାସନ୍ ସାମଗ୍ରୀ ବନ୍ଦ କରି ଦେଇଛନ୍ତି। ତେବେ ପୂର୍ବରୁ ଗ୍ରାମବାସୀଙ୍କୁ ବାହ୍ୟ ମଳ ତ୍ୟାଗ ନିମନ୍ତେ ବାରଣ କରାଯାଇଥିଲା। ଏନେଇ ସଚେତନତା ବି ସୃଷ୍ଟି କରାଯାଇଥିଲା। ଏହାସତ୍ତ୍ୱେ ୨୪ଟି ପରିବାର ଏହି ନିୟମକୁ ମାନି ନଥିଲେ। ଯାହା ପରେ ସରପଞ୍ଚ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ତେବେ ସରପଞ୍ଚଙ୍କ ଏହି ପଦକ୍ଷେପକୁ ଜିଲ୍ଲା ପ୍ରଶାସନ ନାପସନ୍ଦ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
Miscellaneous
ବାବା କେଟିଏମ୍ ବାଇକ୍ରେ ଝିଅ ଧରି ବୁଲୁଥିଲେ...
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ।
Crime
ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ
୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।