୨୫ଦିନର ଶିଶୁକୁ ଚେଙ୍କ: ଅବସ୍ଥା ଗୁରୁତର

କେନ୍ଦୁଝର: ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି।  ୨୫ଦିନର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।  ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରବା ଗାଁରେ।  କୌଣସି କାରଣରୁ ଶିଶୁଟିର ନାହିରେ ସଂକ୍ରମଣ ହୋଇଥିଲା। ଭଲ ହେବା ବିଶ୍ୱାସରେ ପରିବାର ଲୋକେ ଚେଙ୍କ ଦେଇଥିଲେ।

ଚେଙ୍କ ଚିକିତ୍ସା ପରେ ଶିଶୁଟିର  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗତ ୪୫ ଦିନ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୮ଜଣ ଶିଶୁକୁ ଚେଙ୍କ ଦିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଗାଁରୁ ଏଭଳି ଅଭିଯୋଗ ଆସିଥିଲା। ଶିଶୁଟି ମ୍ୟାଲେରିଆରେ ପିଡ଼ିତ ଥିଲା। ଜ୍ୱର ଭଲ ନ ହେବାରୁ  ତାକୁ ଚେଙ୍କ ଦିଆଯାଇଥିଲା।

Ordigital Desk
• Published: Sunday, 30 July 2017
• Updated: 30 July 2017, 09:33 AM IST

Sports

Latest News

କେନ୍ଦୁଝର: ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି।  ୨୫ଦିନର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।  ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରବା ଗାଁରେ।  କୌଣସି କାରଣରୁ ଶିଶୁଟିର ନାହିରେ ସଂକ୍ରମଣ ହୋଇଥିଲା। ଭଲ ହେବା ବିଶ୍ୱାସରେ ପରିବାର ଲୋକେ ଚେଙ୍କ ଦେଇଥିଲେ।

ଚେଙ୍କ ଚିକିତ୍ସା ପରେ ଶିଶୁଟିର  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗତ ୪୫ ଦିନ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୮ଜଣ ଶିଶୁକୁ ଚେଙ୍କ ଦିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଗାଁରୁ ଏଭଳି ଅଭିଯୋଗ ଆସିଥିଲା। ଶିଶୁଟି ମ୍ୟାଲେରିଆରେ ପିଡ଼ିତ ଥିଲା। ଜ୍ୱର ଭଲ ନ ହେବାରୁ  ତାକୁ ଚେଙ୍କ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos