ଖୋର୍ଦ୍ଧାରେ ଜଳିଗଲା ୨୫ ବଖରା

ଖୋର୍ଦ୍ଧ: ଖୋର୍ଦ୍ଧାରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଟାଉନ ଥାନା ହଳଦିଆ ପଞ୍ଚାୟତର ବ୍ରାହ୍ଣଣବେରେଣୀ ଗାଁରେ ଆଜି ମଧ୍ୟାହ୍ନରେ ଘଟିଛି ଏହି ଅଗ୍ନିକାଣ୍ଡ।

ମାତ୍ର କିଛି ମିନିଟରେ ୧୫ଟି ପରିବାର ସ୍ୱର୍ବସ୍ୱାନ୍ତ ହୋଇଯାଇଛନ୍ତି। ଖାବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।