ରାଜ୍ୟର ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୩୦  ଜିଲ୍ଲାରୁ ୨୬୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୦୨୩ ଟି ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମରେ ଏବେ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେଲାଣି। ଆଜି ଖୋର୍ଦ୍ଧା ଜିଲ୍ଲାରେ ୪୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ ଏହା ପଛକୁ ରହିଛି କଟକ। ଏହି ଜିଲ୍ଲାରୁ ୨୦୭ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ଏହା ତଳକୁ ଗଞ୍ଜାମ ଜିଲ୍ଲାରୁ ୧୬୨, ରାୟଗଡ଼ାରୁ ୧୫୪, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩,  ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, କେନ୍ଦ୍ରାପଡ଼ାରୁ ୮୯, କନ୍ଧମାଳ ଜିଲ୍ଲାରୁ ୮୧,  ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଥିବା ବେଳେ  ୪୮, ୫୭୬ ସୁସ୍ଥ  ହୋଇ ସାରିଲେଣି।   ଏବେ ରାଜ୍ୟରେ ୨୩,୬୯୯  ଆକ୍ଟିଭ କେସ୍‌  ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ଗୋଟିଏ ଦିନରେ  ସର୍ବାଧିକ କରୋନା ପରୀକ୍ଷା ହୋଇଛି। ଗତକାଲି ରାଜ୍ୟରେ ୫୬ ହଜାର ୪୭୯ କରୋନା ଟେଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି କରୋନା ପରୀକ୍ଷା କରାଯାଇଛି । RTPCRରେ ୧୧ ହଜାର ୩୫୮, ଆଣ୍ଟିଜେନ୍‌ରେ ୪୪ ହଜାର ୯୫୦ ଏବଂ ଟ୍ରୁନଟ୍‌ରେ ୧୭୧ ଜଣଙ୍କ ଟେଷ୍ଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି।

ଆହୁରି ପଢ଼ନ୍ତୁ

‘କରୋନାରୁ ସୁସ୍ଥ ପରେ ଭାଇରାଲ ରୋଗରେ ଆକ୍ରାନ୍ତ ଆଶଙ୍କା ଅଧିକ’

ରାଜ୍ୟରେ ପୁଣି ୪ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଘାଣ୍ଟିଲା ସିବିଆଇ

ହ୍ୱାଟ୍ସଆପ୍‌ରେ ମିଳିବ କରୋନା ପରାମର୍ଶ, ନମ୍ୱର ଜାରି କଲେ ସରକାର

ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ

ଚାଷ ବିଲ୍‌ ନେଇ କେନ୍ଦ୍ର ସରକାରରୁ ଇସ୍ତଫା ଦେଲେ ଅକାଳୀ ନେତ୍ରୀ

୨୦ରେ ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ସତର୍କ

ରାଜଧାନୀରେ ଚାଞ୍ଚଲ୍ୟ; ମା‘କୁ ପିଟି ପିଟି ମାରି ଦେଲେ ୧୨ ଓ ୧୫ ବର୍ଷର ଦୁଇ ପୁଅ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଉସକେଇବାକୁ ପ୍ରୟାସ! ଲଦାଖ ସୀମାରେ ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଇଲା ଚାଇନା

ପ୍ଲାଜମା ଥେରାପୀ: ଫେଲ୍ ମାରିଲେ ନବୀନଙ୍କ ମନ୍ତ୍ରୀ