ଜଷ୍ଟିସଙ୍କ ଜାଲ ଦସ୍ତଖତରେ ଖାଇଗଲେ କୋଟିଏ ଟଙ୍କା, ଧରା ପଡ଼ିଲେ ୩ ଧୂର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଷ୍ଟିସଙ୍କ ଜାଲ ଦସ୍ତଖତରେ ଉଠାଇ ନେଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା। କ୍ଲେମ କମିଶନ ତଥା ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଜାଲ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ ୩ ଧୂର୍ତ୍ତ। ଏପରିକି ଜଣେ ହିତାଧିକାରୀଙ୍କୁ କ୍ଷତିପୂରଣ ଦେବାକୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ଜଷ୍ଟିସଙ୍କ ଜାଲ ଦସ୍ତଖତରେ ୩ ଅଭିଯୁକ୍ତ ଉଠାଇନେଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା। ଗତ ଡିସେମ୍ବର ୩୦ରେ […]

Arrest

Arrest

Niharika Rout
  • Published: Saturday, 05 February 2022
  • Updated: 05 February 2022, 02:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଷ୍ଟିସଙ୍କ ଜାଲ ଦସ୍ତଖତରେ ଉଠାଇ ନେଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା। କ୍ଲେମ କମିଶନ ତଥା ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଜାଲ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ ୩ ଧୂର୍ତ୍ତ। ଏପରିକି ଜଣେ ହିତାଧିକାରୀଙ୍କୁ କ୍ଷତିପୂରଣ ଦେବାକୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ଜଷ୍ଟିସଙ୍କ ଜାଲ ଦସ୍ତଖତରେ ୩ ଅଭିଯୁକ୍ତ ଉଠାଇନେଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା।

ଗତ ଡିସେମ୍ବର ୩୦ରେ କମିଶନ ଏନେଇ ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ଖାରବେଳ ନଗର ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଏମସିଏଲ କର୍ମଚାରୀ  ତ୍ରିଲୋଚନ ଦଣ୍ଡସେନ, କ୍ଲେମ୍ପ କମିଶନରେ ଟେମ୍ପରାରି କ୍ଲର୍କ ଭାବେ କାର୍ଯ୍ୟରତ ସ୍ୱାଗତ ପ୍ରକାଶ ବରାଳ ଏବଂ ଟେକ୍ନିକାଲ ଇନ୍ସପେକ୍ଟର ଦୁଷ୍ମନ୍ତ ପଟେଲ। ଦୁଷ୍ମନ୍ତ ଏମସିଏଲ୍‌ରେ ଟେକ୍ନିକାଲ ଇନସ୍ପେକ୍ଟର ଭାବେ ନିଯୁକ୍ତ ହୋଇଥିବା ବେଳେ କ୍ଲେମ କମିଶନରେ ଏବେ କାର୍ଯ୍ୟରତ ଅଛନ୍ତି। ଏହି ୩ ଜଣ ମିଶି ଷଡ଼ଯନ୍ତ୍ର କରି ଏହି ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଅଞ୍ଚଳରେ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗଠିତ ହୋଇଥିଲା କ୍ଲେମ କମିଶନ। ସେଠାରେ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇ ନ ଥିବା ଜଣେ ଜମି ମାଲିକଙ୍କୁ ପ୍ରଲୋଭିତ କରି ଏହି ୩ ଜଣ ପୂରା ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏପରିକି ଉକ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କମିଶନଙ୍କ ଜାଲ ଦସ୍ତଖତ କରି MCLକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କ୍ଷତିପୂରଣ ବାବଦକୁ ଏମସିଏଲ ତରଫରୁ ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା କ୍ଷତିପୂରଣ ରାଶି ଜମି ମାଲିକଙ୍କୁ ପ୍ରଦାନ କରାଯାଇଥିଲା।

ହେଲେ ପରେ ଖୋଳତାଡ଼ରୁ ଏହି ଘଟଣା ପଦାକୁ ଆସିଛି। ଘଟଣା ଜଣା ପଡିବା ପରେ ଗତ ଡିସେମ୍ବର ୩୦ରେ କମିଶନ ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ଏହି ୩ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ଖାରବେଳ ନଗର ପୁଲିସ୍‌। ଏହି ଠକେଇରେ  ଗିରଫ ୩ ଜଣଙ୍କ ସହିତ ଆହୁରି କିଛି ଲୋକ ସାମିଲ ଥିବା ଜଣାପଡିଛି। ପୁଲିସ୍‌ ଘଟଣାର ତଦନ୍ତ ଚାଲୁ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story