ବାହୁଡ଼ିଲେ ଚତୁର୍ଦ୍ଧାମୂରତି

<p>ପୁରୀ (ଓଡ଼ିଶା ରିପୋର୍ଟର): ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂରତି। ଶୃଙ୍ଖଳିତ ନୀତିକାନ୍ତି ଯୋଗୁ ସନ୍ଧ୍ୟା ୬ଟା ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଯାଇଛି ତିନି ରଥ।</p> <p>ଆଜି ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଗତକାଲିର ଲଗାଣ ବର୍ଷା ସତ୍ତ୍ୱେ ଆଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପହଞ୍ଚିଥିଲେ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପରେ ଠାକୁରମାନଙ୍କ ନୀତିକାନ୍ତି ସରିବା ପରେ ସଅଳ ଆରମ୍ଭ ହୋଇଥିଲା ପହଣ୍ଡି। ସକାଳ ୯ଟା ବେଳେ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ନୀତି। ନାକଚଣା ଦ୍ୱାର ଦେଇ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥରେ ବିଜେ କରିଥିଲେ କାଳିଆ ଠାକୁର। ଦିନ ୧୨ଟା ୨୦ରେ ଛେରା ପହଁରା କରିଥିଲେ ଗଜପତି ମହାରାଜ। ଚାରମାଳ ଫିଟା ଓ ଘୋଡ଼ା ଯୋଚା ସରିବା ମାତ୍ରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ଏବେ ସିଂହଦ୍ୱାର ଆଗରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆସନ୍ତାକାଲି ସୁନାବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ।</p>

Ordigital Desk
  • Published: Sunday, 22 July 2018
  • Updated: 22 July 2018, 06:57 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂରତି। ଶୃଙ୍ଖଳିତ ନୀତିକାନ୍ତି ଯୋଗୁ ସନ୍ଧ୍ୟା ୬ଟା ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଯାଇଛି ତିନି ରଥ।</p><p>ଆଜି ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଗତକାଲିର ଲଗାଣ ବର୍ଷା ସତ୍ତ୍ୱେ ଆଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପହଞ୍ଚିଥିଲେ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପରେ ଠାକୁରମାନଙ୍କ ନୀତିକାନ୍ତି ସରିବା ପରେ ସଅଳ ଆରମ୍ଭ ହୋଇଥିଲା ପହଣ୍ଡି। ସକାଳ ୯ଟା ବେଳେ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ନୀତି। ନାକଚଣା ଦ୍ୱାର ଦେଇ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥରେ ବିଜେ କରିଥିଲେ କାଳିଆ ଠାକୁର। ଦିନ ୧୨ଟା ୨୦ରେ ଛେରା ପହଁରା କରିଥିଲେ ଗଜପତି ମହାରାଜ। ଚାରମାଳ ଫିଟା ଓ ଘୋଡ଼ା ଯୋଚା ସରିବା ମାତ୍ରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ଏବେ ସିଂହଦ୍ୱାର ଆଗରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆସନ୍ତାକାଲି ସୁନାବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos