ଗ୍ୟାସ ଲିକ୍‌ ହୋଇ ୩ ଅସୁସ୍ଥ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ କାରଖାନା CPP – 1ରେ ଗ୍ୟାସ ଲିକ୍‌ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ 3  କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ସକାଳେ ଏହି ଗ୍ୟାସ ଲିକ୍‌ ଘଟଣା ଘଟିଥିଲା । IGHରେ ଭର୍ତ୍ତି ଦୁଇ ଜଣଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ କାଜୁଆଲିଟିରେ ରଖି ଚିକିତ୍ସା ପରେ ଛାଡି ଦିଆଯାଇଛି । ଏହି ଦୁର୍ଘଟଣା କିପରି ଘଟିଲା ତାହା […]

rkl-7-1-1

Niharika Rout
  • Published: Thursday, 30 April 2020
  • , Updated: 30 April 2020, 10:12 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ କାରଖାନା CPP - 1ରେ ଗ୍ୟାସ ଲିକ୍‌ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ 3  କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ସକାଳେ ଏହି ଗ୍ୟାସ ଲିକ୍‌ ଘଟଣା ଘଟିଥିଲା । IGHରେ ଭର୍ତ୍ତି ଦୁଇ ଜଣଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ କାଜୁଆଲିଟିରେ ରଖି ଚିକିତ୍ସା ପରେ ଛାଡି ଦିଆଯାଇଛି । ଏହି ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡିନାହିଁ ।

୩ ଜଣିଆ ଡାକ୍ତରୀ ଦଳ ଅସୁସ୍ଥ ଦୁଇ ଜଣଙ୍କ ଚିକିତ୍ସା କରୁଛନ୍ତି। ଗ୍ୟାସ ଲିକ୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିବା RSP ପକ୍ଷରୁ ସୂଚନା ମିଳିଛି।

Related story