କେନ୍ଦୁଝର(ପ୍ରଣୟ ପାଣି): ମୋରମ ଖାଦାନରେ ଚାଲିଗଲା ୩ ଜଣ ଶ୍ରମିକଙ୍କ ଜୀବନ। ଜଣେ ମହିଳା ଶ୍ରମିକ ଗୁରୁତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି।
ମୋରମ ଖାଦାନରେ ଟ୍ରାକ୍ଟରରେ ମାଟି ଲୋଡ୍ ଚାଲିଥିଲା। ଏହି ସମୟରେ ମାଟି ଅତଡ଼ା ଧସି ପଡ଼ିଥିଲା। ଫଳରେ ମାଟି ତଳେ ୪ ଜଣ ଚାପି ହୋଇ ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ରେଖା ଦେହୁରୀ, ନିର ଜୁଆଙ୍ଗ ଓ କେଶବ ଜୁଆଙ୍ଗଙ୍କ ମୃତଦେହ ଉଦ୍ଧାର କରିଥିଲେ। ପାଟ ମନ୍ତ୍ରୀ ନାମକ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏମାନେ ସମସ୍ତେ ତାଳପଦା ଗାଁର ବୋଲି ଜଣାପଡ଼ିଛି।