ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧୀନ କୁଆରମୁଣ୍ଡା ଅଞ୍ଚଳର ଜଣେ ଯୁବକ କୋଏଲ ନଦୀରେ ବୁଡ଼ି ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ କୋଏଲ ନଦୀରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି। ଗତକାଲି ଅଗ୍ନିଶମ ବାହିନୀ, ପୁଲିସ ଏବଂ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ଠାବ କରାଯାଇ ପାରିନାହିଁ। ସେଥିପାଇଁ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାଯାଇଛି।