ଜବରଦଖଲ ଉଚ୍ଛେଦ ବେଳେ ଅଘଟଣ, ୩ ଗୁରୁତର

ଅନୁଗୁଳ(ବିରଜା ଦାସ) :  ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ବୁଢାପଙ୍କ ଗାଁ ଛକରେ ଦୋକାନ ଭଙ୍ଗା ବେଳେ ଆଜି ଅଘଟଣ ଘଟିଛି। ଏନ୍‌ଏଚ୍‌-୫୫ ପ୍ରଶସ୍ତୀକରଣ ପାଇଁ ସକାଳୁ ଜବରଦଖଲ ଉଚ୍ଛେଦ ଚାଲିଥିଲା। ହେଲେ ଜେସିବି ସାହାଯ୍ୟରେ ଏକ ଦୋକାନ ଘର ଭଙ୍ଗା ଚାଲିଥିବା ବେଳେ ଦୁର୍ଘଟଣା ଘଟି ୩ ଶ୍ରମିକ ଗୁରୁତର ହୋଇଛନ୍ତି।  ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଘର ବନ୍ତଳା ଥାନା ଅଧୀନ ବଡ଼କେରାରେ ହୋଇଥିବା ବେଳେ ଜଣଙ୍କ ଘର ଅନୁଗୋଳ ଥାନା ଅଧୀନ କୁରୁଡୁଳୁରେ […]

angul-1-1

angul-1-1

Niharika Rout
  • Published: Friday, 27 December 2019
  • Updated: 27 December 2019, 01:40 PM IST

Sports

Latest News

ଅନୁଗୁଳ(ବିରଜା ଦାସ) :  ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ବୁଢାପଙ୍କ ଗାଁ ଛକରେ ଦୋକାନ ଭଙ୍ଗା ବେଳେ ଆଜି ଅଘଟଣ ଘଟିଛି। ଏନ୍‌ଏଚ୍‌-୫୫ ପ୍ରଶସ୍ତୀକରଣ ପାଇଁ ସକାଳୁ ଜବରଦଖଲ ଉଚ୍ଛେଦ ଚାଲିଥିଲା। ହେଲେ ଜେସିବି ସାହାଯ୍ୟରେ ଏକ ଦୋକାନ ଘର ଭଙ୍ଗା ଚାଲିଥିବା ବେଳେ ଦୁର୍ଘଟଣା ଘଟି ୩ ଶ୍ରମିକ ଗୁରୁତର ହୋଇଛନ୍ତି।  ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଘର ବନ୍ତଳା ଥାନା ଅଧୀନ ବଡ଼କେରାରେ ହୋଇଥିବା ବେଳେ ଜଣଙ୍କ ଘର ଅନୁଗୋଳ ଥାନା ଅଧୀନ କୁରୁଡୁଳୁରେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟଯେ, ଏନ୍‌ଏଚ୍‌-୫୫ ପ୍ରଶସ୍ତୀକରଣ ପାଇଁ ଉଚ୍ଛେଦ ନିମନ୍ତେ ଜଣେ ଠିକାଦାରଙ୍କୁ କାମ ଦିଆଯାଇଥିଲା। ଆଜି ବୁଢ଼ାପଙ୍କ ନିକଟରେ ଜଣେ ବ୍ୟକ୍ତିଙ୍କ ଘର ଭଙ୍ଗାଯାଉଥିବା ବେଳେ ହଠାତ୍‌ ଛାତ ଖସି ପଡ଼ିଥିଲା। ଫଳରେ ଘର ଭଙ୍ଗା କାର୍ଯ୍ୟରେ ନିୟୋଜିତ ୩ ଶ୍ରମିକଙ୍କ ଉପରେ ଛାତ ପଡ଼ିଯିବାରୁ ସେମାନେ ଗୁରୁତର ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବଅଁରପାଳ ପୁଲିସ୍‌ ପହଞ୍ଚିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ୍‌, ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଛାତ ତଳୁ ୩ ଶ୍ରମିକଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଦୁର୍ଘଟଣା କିପରି ଘଟିଲା ଓ ଏଥିପାଇଁ କିଏ ଦାୟୀ, ସେ ନେଇ ବଅଁରପାଳ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos