ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ସୁରତ ଛାଡ଼ିଥିବା ୩ ଟି ଟ୍ରେନ୍ ଆଜି ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି। ଏହି ୩ଟି ଟ୍ରେନକୁ ଛାଡ଼ିଦେଲେ ଆଜି ଆଉ କୌଣସି ଟ୍ରେନ ଓଡ଼ିଶା ପହଞ୍ଚିବାର ନାହିଁ ।
ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁରତରୁ ଆଜି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍କୁ ବାତିଲ କରିଛନ୍ତି ଓଡ଼ିଶା ସରକାର । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ । ଏସବୁ ଟ୍ରେନ୍ରେ ଆସିବାକୁ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିବା ସେ କହିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ ଖୁବ୍ ଶୀଘ୍ର ଏହା ଗ୍ରୀନ୍ ଜୋନ୍ରୁ ରେଡ୍ ଜୋନରେ ପହଞ୍ଚିଛି। ବହୁ ସଂଖ୍ୟକ ପ୍ରବାସୀ ଟ୍ରେନ୍ ଓ ବସ୍ ଯୋଗେ ଗଞ୍ଜାମରେ ପହଞ୍ଚୁଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ଓ ଆବଶ୍ୟକ ପରୀକ୍ଷା କରିବା ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।