ରାଜଧାନୀରେ ପାଣି ଟାଙ୍କି ନେଲା ୩ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏହିଁ ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଘର ତିଆରି ଚାଲୁଥିଲା ବେଳେ ପାଣିଟାଙ୍କି ନିର୍ମାଣ ପାଇଁ ୩ ଜଣ ଶ୍ରମିକ ନିୟୋଜିତ ଥିଲେ | ତେବେ ପାଣି ଷ୍ଟୋରେଜ୍‌ ପାଇଁ ଉଦ୍ଦିଷ୍ଟ ନବନିର୍ମିତ ପାଣିଟାଙ୍କିର ଫଲସ୍‌ ଖସିପଡିବାରୁ ଏହି ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି […]

death-0

Tapas Behera
  • Published: Friday, 02 August 2019
  • , Updated: 02 August 2019, 05:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏହିଁ ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଘର ତିଆରି ଚାଲୁଥିଲା ବେଳେ ପାଣିଟାଙ୍କି ନିର୍ମାଣ ପାଇଁ ୩ ଜଣ ଶ୍ରମିକ ନିୟୋଜିତ ଥିଲେ | ତେବେ ପାଣି ଷ୍ଟୋରେଜ୍‌ ପାଇଁ ଉଦ୍ଦିଷ୍ଟ ନବନିର୍ମିତ ପାଣିଟାଙ୍କିର ଫଲସ୍‌ ଖସିପଡିବାରୁ ଏହି ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ୩ ଶ୍ରମିକଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ପୁଲିସ୍‌ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରୁଛି। ଘଟଣାସ୍ଥଳରେ ଘର ମାଲିକ ଓ ଠିକାଦାର ଅନୁପସ୍ଥିତ ରହିଛନ୍ତି। ମୃତକମାନେ ହେଲେ ସମୀରନ ମୁନିଆ, ବାସୁଦେବ ମଣ୍ଡଲ ଓ ଦିଗରାମ ମଣ୍ଡଲ। ସେମାନେ ପଶ୍ଚିମବଙ୍ଗ ମେଦିନାପୁରର ବୋଲି ଜଣାପଡ଼ିଛି।

Related story