ମଇନାଙ୍କ ସମେତ ତିନି ଗିରଫ, କରୁଥିଲେ ଏମିତି କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ୨୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର  ଜବତ କରିଛି।  ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମଇନା। ସେହିପରି ଖୋର୍ଦ୍ଧା ଜିଲ୍ଲା ନୂଆଗାଁରେ ଚଢ଼ଉ କରି ୧୦୦ […]

woman

Jitendra Garnayak
  • Published: Friday, 07 September 2018
  • , Updated: 07 September 2018, 08:42 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ୨୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର  ଜବତ କରିଛି।  ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମଇନା।

ସେହିପରି ଖୋର୍ଦ୍ଧା ଜିଲ୍ଲା ନୂଆଗାଁରେ ଚଢ଼ଉ କରି ୧୦୦ ଗ୍ରାମ୍ ବ୍ରାଉନ୍‌ ସୁଗାର୍‌ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।

କଟକର ଗାନ୍ଧି ନଗରରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି।

Related story