କଟକ ଟାଉନ୍ରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଲୋକାଲ୍ କେସ୍
କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୩୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ସରକାରୀ କ୍ୱାରେଣ୍ଟାଇନ୍ରୁ, ୨୬ ହୋମ୍ କ୍ୱାରେଣ୍ଟାଇନ ଓ ୩ ଲୋକାଲ୍ କେସ୍। ଏନେଇ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
#COVID19 update in Cuttack city (CMC area)
Out of the 47 new COVID-19 +ve cases reported today in #Cuttack district, 35 +ve cases belong to Cuttack city (CMC area).
Another 31 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/9ePnOXqCmQ
— CMC,Cuttack (@CMCCuttack) July 25, 2020
ଆଜି ରାଉସାପାଟଣାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଡିଏ-୬ରୁ ଜଣେ, ଏସ୍ସିବି ଆଇସୋଲେସନ୍ ଓ୍ୱାର୍ଡରୁ ୩ ମହିଳା, କାଳୀଗଳିରୁ ୩ ଓ ବାଲୁବଜାରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା କଟକ ଟାଉନ୍ରୁ ୬୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୩୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।