ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଗତକାଲିଠୁ ଆନୁଷ୍ଠାନିକ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବିଜେଡି ଆଜି ୩୫୦ଟି ଭ୍ୟାନ୍ ମାଧ୍ୟମରେ ରାଜ୍ୟବ୍ୟାପୀ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ପତାକା ହଲାଇ ଏହି ଭ୍ୟାନଗୁଡ଼ିକର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଘରେ ଘରେ ବିଜେଡି ସରକାର ସଂକଳ୍ପ ଓ ସଫଳତାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଚାର ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ସମସ୍ତ ପ୍ରଚାର ଭ୍ୟାନ୍ ଏବେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ମୋଟ ୬୩ଟି ବିଧାନସଭା ଆସନରେ ପ୍ରଚାର କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତ୍ୟେକ ଭ୍ୟାନରେ ଦୁଇଜଣ ଡ୍ରାଇଭର ଓ ଜଣେ ଦଳୀୟ କର୍ମୀଙ୍କୁ ମୁତୟନ କରାଯାଇଛି। ପ୍ରଚାର ଗାଡ଼ିଗୁଡ଼ିକରେ ଜିପିଏସ୍ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏସବୁ ଭ୍ୟାନଗୁଡ଼ିକର ଗତିବିଧି ଭୁବନେଶ୍ୱରରୁ ଦଳର ପ୍ରଚାର ରୁମରୁ ନିୟନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଭାରତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବ ଓଡ଼ିଶା
ଆଗାମୀ ୩ ବର୍ଷ ପାଇଁ ଜାତୀୟ ‘ଖୋ ଖୋ’ ଟିମକୁ ସ୍ପନସର କରିବେ ଓଡିଶା ସରକାର। ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
Miscellaneous
୪ ମାସ ଆଗରୁ ବିଦା ହେଲେ ପାଣ୍ଡିଆନଙ୍କ ବାନ୍ଧବୀ ସାଗରିକା
୧୯୯୯ ବ୍ୟାଚ୍ ଆଇଆରପିଏସ୍ ଅଫିସର ସାଗରିକାଙ୍କୁ ଗତ ଡିସେମ୍ବର ୩୧ତାରିଖରେ ଓଡ଼ିଶା ଛାଡ଼ି କେନ୍ଦ୍ର ସରକାରରେ ନିଜର ସେବା ଦେବା ପାଇଁ ଫେରିଯାଇଛନ୍ତି।
Politics
କାହା ସୁରକ୍ଷାରେ ଅଛନ୍ତି ପାଣ୍ଡିଆନଙ୍କ ଅଫିସର ଟିମ୍, କାହିଁକି ବଦଳୁନି ବିଭାଗ: ସିଏମଓରେ ୬ମାସ ତିଷ୍ଠି ପାରିଲେନି ଡାକୁଆ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।
Politics
ନବୀନଙ୍କ ବିଲ ବୁଲା ବେଳେ ଚାଷୀଙ୍କ କାନ୍ଦକୁ ନେଇ ଉଠିଲା ପ୍ରଶ୍ନ, ସୋଶାଲ ମିଡିଆରେ କରାଯାଉଛି ଟ୍ରୋଲ
ଯେଉଁ ନବୀନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଚାଷୀଙ୍କ ଦୁଃଖ ଶୁଣିବାକୁ ଯାଉ ନଥିଲେ, ଏବେ ହଠାତ୍ ତାଙ୍କର ଚାଷୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।
Miscellaneous
ବୁଲୁଛି ହେଲିକପ୍ଟର, ଆଶଙ୍କାରେ ଲୋକେ!
ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।