ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଟାଉନ୍ରୁ ଆଜି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୩ କ୍ୱାରେଣ୍ଟାଇନ୍ରୁ ଓ ୨୦୩ ଲୋକାଲ୍ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୨୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
https://twitter.com/bmcbbsr/status/1298955115689197570?s=20
ଗଙ୍ଗନଗର ଏସୟୁଏଚରୁ ୩୮ ଆକ୍ରାନ୍ତ ଚିହ୍ନଟ। ସେହିପରି ନୟାପଲ୍ଲୀ ଆଇଡି ମାର୍କେଟର ଏକ ସରକାରୀ ଅଫିସରୁ ୧୫, ଏକ ଘରୋଇ ହସ୍ପିଟାଲରୁ ୧୨, ସପ୍ତମ ବାଟାଲିଅନରୁ ୧୦ ଲୋକାଲ ଓ ୧୧ କ୍ୱାରେଣ୍ଟାଇନ୍ କେସ ଚିହ୍ନଟ ଚିହ୍ନଟ। ସେହିପରି ଆଇଆରସି ଭିଲେଜରୁ ୮, କନକଦୁର୍ଗା ମନ୍ଦିର ପାଖରୁ ୪, ବିଶେଶ୍ୱରୀ ବସ୍ତିରୁ ୫, ଭିଏସଏସ୍ ନଗରରୁ ୪, ଶହୀଦ ନଗରରୁ ୫, ୟୁନିଟ-୯ ଓ ୟୁନିଟ-୩ରୁ ୪ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୮୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧୨୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୪୭୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।