ଆଜି ବିଜୁଳି କନ୍ୟାକୁ ପ୍ରହାର କରିବେ ମହାରାଜା କଂସ

Ordigital Desk
  • Published: Monday, 25 December 2017
  • , Updated: 25 December 2017, 08:17 AM IST
<p>ବରଗଡ଼ (ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସ। ମହାରାଜା କଂସ ଆଜି ମଥୁରା ନଗରୀ ଭ୍ରମଣ କରି ଶ୍ୟାମେଶ୍ୱର ମହାଦେବଙ୍କୁ ଦର୍ଶନ କରିବେ। ପରେ କାରାଗୃହରେ ପ୍ରବେଶ କରି ବିଜୁଳି କନ୍ୟାକୁ ପ୍ରହାର କରିବେ। ଏହାଛଡ଼ା ରାଜଦରବାରରେ କଂସ ମନ୍ତ୍ରଣା କରିବାର କାର୍ଯ୍ୟକ୍ରମ ରହିଛି।</p> <p>ଧନୁଯାତ୍ରାର ଦ୍ୱିତୀୟ ଦିନରେ ମଥୁରା ନଗରୀରେ ମହାରାଜା କଂସଙ୍କ ରାଜୁତି ଦେଖିବାକୁ ମିଳିଥିଲା। ନଗର ପରିକ୍ରମା ବେଳେ ଚାଳକମାନେ ଠିକ ଭାବେ ଗାଡି ଚଲାଉ ନଥିବା ଅଭିଯୋଗ ପରେ ମହାରାଜ କଂସ ପରିବହନ ନିଗମ ଅଫିସକୁ ଯାଇଥିଲେ। ସେଠାରେ ଉପସ୍ଥିତ ଡ୍ରାଇଭରମାନଙ୍କୁ ଡାକି ସଡ଼କସୁରକ୍ଷା ଉପରେ ପରାମର୍ଶ ଦେଇଥିଲେ। ପରାମର୍ଶ ଠିକ୍&zwnj; ଭାବେ ପାଳନ ନକଲେ କଠୋର ଦଣ୍ଡ ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ।</p> <p>ସହର ପରିକ୍ରମା ବେଳେ ଦେବକୀଙ୍କ ଗର୍ଭରୁ ସନ୍ତାନ ଜନ୍ମ ହେବା ଖବର ପାଇ ବନ୍ଦୀଗୃହକୁ ଯାଇଥିଲେ କଂସ। ମହାରାଜ ଗୋଟିଏ ପରେ ଗୋଟିଏ ଛଅଟି ସନ୍ତାନକୁ ହତ୍ୟା କରିଥିଲେ। କିନ୍ତୁ ସପ୍ତମ ଗର୍ଭରେ ଥିବା ସନ୍ତାନ ଉଭାନ ହେବା ଖବର ପାଇ ରାଗି ଯାଇଥିଲେ। ସନ୍ତାନ ଜନ୍ମ ପରେ ତୁରନ୍ତ ଖବର ଦେବାକୁ କାରାଗୃହ ରକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।</p> <p>ପ୍ରଜାଙ୍କ ମନୋରଂଜନ ପାଇଁ ହୋଇଥିବା ରଂଗମହଲକୁ ଜିଲ୍ଲାପାଳ ଉଦ୍&zwnj;ଘାଟନ କରିଥିଲେ। ଗତକାଲି ରାଜଦରବାରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜ ଅତିଥିଭାବେ ଯୋଗ ଦେଇଥିଲେ।</p>

Related story