ଆଜି ଗୋପପୁରରେ ବାଲ୍ୟଲୀଳା କରିବେ ଶ୍ରୀକୃଷ୍ଣ

ବରଗଡ଼( ଓଡ଼ିଶା ରିପୋର୍ଟର) ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିବସ। ଗୋପପୁରରେ ଆଜି ଶ୍ରୀକୃଷ୍ଣ ବାଲ୍ୟଲୀଳା କରିବେ। ପରେ ସେ ପୁତନା, ବକା ଓ ଶକଟାଙ୍କୁ ବଧ କରିବେ।  ଏହା ସହ ମଥୁରାନଗରୀରେ କଂସ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକର କାର୍ଯ୍ୟକ୍ରମ ରହିଛି।

ଗତକାଲି ତୃତୀୟ ଦିବସରେ ହାତୀ ପିଠିରେ ବସି ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ଦୁଃଖସୁଖ ବୁଝିଥିଲେ ମହାରାଜ କଂସ। ହେଲେ ରାଜ ଦରବାରକୁ ଫେରିବା ପରେ ଦେବକୀ ଗର୍ଭରୁ ଏକ ଶିଶୁ ଜନ୍ମ ହେବା ଖବର ପାଇ ମଥୁରା ନରେଶ କାରାଗାରକୁ ଯାଇ ଭଉଣୀ ହାତରୁ ଶିଶୁକୁ ଛଡ଼ାଇ ଆଣିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ କୋଳରେ ପାଇ ଅଧିର ହୋଇ ପଡ଼ିଛନ୍ତି ନନ୍ଦରାଜା ଓ ରାଣୀ। ଗୋପପୁରର ପ୍ରତ୍ୟେକ ଘରେ ପୂର୍ଣ୍ଣ କଳସୀ, କଦଳୀ ଗଛ ଓ ଆମ୍ବ ତୋରଣରେ ସଜାଇବା ସହ ଦହି ହାଣ୍ଡି ମଧ୍ୟ ଝୁଲା ଯାଇଛି। ବେଶ୍ ଧୁମଧାମରେ ପାଳିତ ହୋଇଛି ନନ୍ଦଉତ୍ସବ।

ଗତକାଲି ଧନୁଯାତ୍ରାର ତୃତୀୟ ଦିନରେ ରାଜ ଦରବାରରେ ଡିଆରଏମ୍ ଜଗଦୀଶ ଗୁପ୍ତା ଓ ଆଥଲେଟ ଦୂତୀ ଚାନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ।

Ordigital Desk
• Published: Tuesday, 26 December 2017
• Updated: 26 December 2017, 09:55 AM IST

Sports

Latest News

ବରଗଡ଼( ଓଡ଼ିଶା ରିପୋର୍ଟର) ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିବସ। ଗୋପପୁରରେ ଆଜି ଶ୍ରୀକୃଷ୍ଣ ବାଲ୍ୟଲୀଳା କରିବେ। ପରେ ସେ ପୁତନା, ବକା ଓ ଶକଟାଙ୍କୁ ବଧ କରିବେ।  ଏହା ସହ ମଥୁରାନଗରୀରେ କଂସ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକର କାର୍ଯ୍ୟକ୍ରମ ରହିଛି।

ଗତକାଲି ତୃତୀୟ ଦିବସରେ ହାତୀ ପିଠିରେ ବସି ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ଦୁଃଖସୁଖ ବୁଝିଥିଲେ ମହାରାଜ କଂସ। ହେଲେ ରାଜ ଦରବାରକୁ ଫେରିବା ପରେ ଦେବକୀ ଗର୍ଭରୁ ଏକ ଶିଶୁ ଜନ୍ମ ହେବା ଖବର ପାଇ ମଥୁରା ନରେଶ କାରାଗାରକୁ ଯାଇ ଭଉଣୀ ହାତରୁ ଶିଶୁକୁ ଛଡ଼ାଇ ଆଣିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ କୋଳରେ ପାଇ ଅଧିର ହୋଇ ପଡ଼ିଛନ୍ତି ନନ୍ଦରାଜା ଓ ରାଣୀ। ଗୋପପୁରର ପ୍ରତ୍ୟେକ ଘରେ ପୂର୍ଣ୍ଣ କଳସୀ, କଦଳୀ ଗଛ ଓ ଆମ୍ବ ତୋରଣରେ ସଜାଇବା ସହ ଦହି ହାଣ୍ଡି ମଧ୍ୟ ଝୁଲା ଯାଇଛି। ବେଶ୍ ଧୁମଧାମରେ ପାଳିତ ହୋଇଛି ନନ୍ଦଉତ୍ସବ।

ଗତକାଲି ଧନୁଯାତ୍ରାର ତୃତୀୟ ଦିନରେ ରାଜ ଦରବାରରେ ଡିଆରଏମ୍ ଜଗଦୀଶ ଗୁପ୍ତା ଓ ଆଥଲେଟ ଦୂତୀ ଚାନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos