କଟକ(ଓଡ଼ିଶା ରିପୋର୍ଟର): କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୁଲିସ୍ DSP କରୋନରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାରର ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ DSPଙ୍କ ପରିବାର ୪ ସଦସ୍ୟଙ୍କ ସମେତ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କ ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲା। ସଂଗୃହିତ ୧୨୫ ସାମ୍ପଲରୁ ୧୭ଟି ପଜିଟିଭ ମିଳିଥିବା ସୂଚନା ମିଳିଛି।