ସ୍ପଷ୍ଟ କଲେ ସରକାର, ବଢ଼ିବନି ମୂର୍ତ୍ତିର ଉଚ୍ଚତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିବନି ମୂର୍ତ୍ତିର ଉଚ୍ଚତା। ଅର୍ଥାତ୍ ସେହି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରହିବ। ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ। ସରକାର ମଧ୍ୟ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଆଜି ରାଜ୍ୟ ସରକାର […]

SRC

SRC

Ranjit Kumar Jena
  • Published: Friday, 10 September 2021
  • Updated: 10 September 2021, 05:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିବନି ମୂର୍ତ୍ତିର ଉଚ୍ଚତା। ଅର୍ଥାତ୍ ସେହି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରହିବ। ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ। ସରକାର ମଧ୍ୟ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଆଜି ରାଜ୍ୟ ସରକାର ପୂଜା ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମୂର୍ତ୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତିରେ ରାଜ୍ୟ ସରକାର ବଳବତ୍ତର ରହିଛନ୍ତି। ଅର୍ଥାତ୍ ପୂଜାରେ ମୂର୍ତ୍ତିର ଉଚ୍ଚତା ବଢ଼ିବ ନାହିଁ।

ଏସଆରସି କହିଛନ୍ତି, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା। ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ, ତାହା ବଳବତ୍ତର ରହିବ। ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ। ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ। ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଥିଲୁ। ଯାହା ପରେ ସରକାର ନିଷ୍ପତ୍ତି ନେଲେ ଯେ ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପୂଜା ପାଳନ କରାଯିବ ବୋଲି ଏସଆରସି କହିଛନ୍ତି।

ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅଛି। ଏଥିପାଇଁ ସମସ୍ତଙ୍କୁ କୋଭିଡ୍ ଗାଇଡଲାଇନ ମାନି ନୂଆଁଖାଇ ପାଳନ କରିବାକୁ ଅପିଲ୍ କରିଛନ୍ତି ଏସଆରସି। ନୂଆଁଖାଇରେ ମନ୍ଦିର ପରିସର ଭିତରେ ଭିଡ଼ ନକରିବାକୁ ଏସଆରସି ଆହ୍ୱାନ ଦେଇଛନ୍ତି। ଏହାସହ ନିଜ ପରିବାର, ଗାଁ, ଜିଲ୍ଲ ଓ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କୁହାଯାଇଛି।

ଏସଆରସି କହିଛନ୍ତି, କରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନାର ପ୍ରଭାବ ବଢ଼ିଛି। କେରଳରେ ଏବେ ଦୈନିକ ସଂକ୍ରମଣ ୩୦ହଜାରରୁ ଉପରେ ରହୁଛି। ସେଠାରେ ଓନାମ ପର୍ବର ପରବର୍ତ୍ତୀ ସମୟରେ ପୁଣି ସଂକ୍ରମଣ ବଢ଼ିଛି। ତେଣୁ ଓନାମ ଓ କୁମ୍ଭମେଳାରୁ ଆମକୁ ବହୁତ କିଛି ଶିଖିବାର ଅଛି। କୌଣସି ପାର୍ବଣ୍ୟରେ ଭିଡ଼ ହିଁ ସଂକ୍ରମଣର ମୁଖ୍ୟ କାରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos