ଏମିତି ରାସ୍ତା, ପାଦେ ପାଦେ ବିପଦ

ଖଡ଼ିଆଳ (କୁନାଲ ଚରଣ ବେହେରା): ଗାଁକୁ ରାସ୍ତା ଅଛି। ହେଲେ ଏହି ରାସ୍ତାରେ ଗଲେ ପ୍ରତିପାଦରେ ରହିଛି ଦୁର୍ଘଟଣା ଘଟିବାର ଭୟ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖୁଦପେଜ-ବରଗାଁ ରାସ୍ତାର ଏଭଳି ଶୋଚନୀୟ ସ୍ଥିତି ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ଉନ୍ନତିକରଣ କରିଯାଇପାରନ୍ତା। ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଲାଗୁ କରାଯିବାରେ ଅଛୁଆଁ ହୋଇ ରହିଯାଇଛି ଏହି ସରକାରୀ ଯୋଜନା। ପ୍ରାୟ […]

road-1

road-1

Niranjan Mishra
  • Published: Monday, 17 October 2022
  • Updated: 17 October 2022, 06:20 PM IST

ଖଡ଼ିଆଳ (କୁନାଲ ଚରଣ ବେହେରା): ଗାଁକୁ ରାସ୍ତା ଅଛି। ହେଲେ ଏହି ରାସ୍ତାରେ ଗଲେ ପ୍ରତିପାଦରେ ରହିଛି ଦୁର୍ଘଟଣା ଘଟିବାର ଭୟ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖୁଦପେଜ-ବରଗାଁ ରାସ୍ତାର ଏଭଳି ଶୋଚନୀୟ ସ୍ଥିତି ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ଉନ୍ନତିକରଣ କରିଯାଇପାରନ୍ତା। ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଲାଗୁ କରାଯିବାରେ ଅଛୁଆଁ ହୋଇ ରହିଯାଇଛି ଏହି ସରକାରୀ ଯୋଜନା। ପ୍ରାୟ ୪ କିଲୋମିଟର ରାସ୍ତା ବିପଦସଙ୍କୁଳ ହୋଇପଡ଼ିଥିବାରୁ ପ୍ରାୟ ୫ଟି ଗାଁର ଲୋକେ ଯାତାୟତରେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଆମ୍ବୁଲାନ୍ସ ଓ ଦମକଳ ପ୍ରଭୃତି ଜରୁରୀକାଳୀନ ଗାଡ଼ି ଯିବା ଆସିବା କରିପାରୁ ନ ଥିବାରୁ ଅଞ୍ଚଳବାସୀ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି। ଫଳରେ ଏହି ଅଞ୍ଚଳବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ଗମନାଗମନ ଅବ୍ୟବସ୍ଥା କଣ୍ଟା ହୋଇ ଠିଆ ହୋଇଛି।

ସରକାରଙ୍କ ଏଭଳି ଦାୟିତ୍ବହୀନତାକୁ ସମାଲୋଚନା କରିଛନ୍ତି ସ୍ଥାନୀୟ ଲୋକେ। ସେମାନଙ୍କ କହିବା କଥା ସବୁ ଗାଁ'କୁ ରାସ୍ତା ଓ ପ୍ରତି ଗାଁ'ର ବିକାଶ ହୋଇଥିବା ସରକାର ଡିଣ୍ଡିମ ବାଡ଼ଉଛନ୍ତି। ହେଲେ ପ୍ରକୃତି ସ୍ଥିତି କିନ୍ତୁ ପୂରା ଓଲଟା। ସରକାରରେ ଥିବା ନେତା, ମନ୍ତ୍ରୀ ଥରେ ଆସି ଏହା ଦେଖି ଯାଆନ୍ତୁ।

ସ୍ଥାନୀୟ ବସୀନ୍ଦା ଜନନୀ ମାଝୀଙ୍କ ଅଭିଯୋଗ ମୁକାବକ, ଏହି ରାସ୍ତା ଦେଇ ଖୁଦପେଜ, ପଲସଦା, ଡମଝର, କେନ୍ଦୁପାଟି, ଲାଞ୍ଜି ଆଦି ଗ୍ରାମର ଲୋକେ ବରଗାଁ ଯାଇଥାନ୍ତି। ବରଗାଁରେ ଆଞ୍ଚଳିକ ବ୍ୟାଙ୍କ, ସମବାୟ ସମିତି, ଆରଆଇ ଅଫିସ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହାଇସ୍କୁଲ, ଗ୍ୟାସ ବିତରଣ କେନ୍ଦ୍ର ପ୍ରଭୃତି ରହିଥିବାରୁ ଏହି ରାସ୍ତା ଯାତାୟତ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରାୟ ବର୍ଷେ ତଳେ ଏହି ରାସ୍ତାକୁ ପିଚୁ ରାସ୍ତାରେ ପରିଣତ କରାଯାଇଥିଲା। ହେଲେ ଠିକାଦାର ଠିକ୍ ଭାବେ ରାସ୍ତା ତିଆରି କରିନାହାନ୍ତି। ନିମ୍ନମାନର କାମ ହୋଇଥିବାରୁ ଏହା ନଷ୍ଟ ହୋଇଯାଇଛି। ପୂରା ରାସ୍ତା ଖାଲଖମାରେ ପୂରିଛି। ଏହାର ଆବଶ୍ୟକ ମରାମତି କାମ ଠିକାଦାର କରୁନାହାନ୍ତି। ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନି। ରାସ୍ତାର ବିଭିନ୍ନ ସ୍ଥାନରେ ଥିବା କଲଭଟ ଭୁଶୁଡ଼ି ପଡ଼ିଥିବାରୁ ଏହା ଉପର ଦେଇ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ଦୁଇ ଚକିଆ ବ୍ୟତୀତ ଅନ୍ୟ ଗାଡ଼ିମୋଟର ଏହା ଉପର ଦେଇ ଯାଇପାରୁନି। ରାସ୍ତା ମରଣଯନ୍ତା ହୋଇଥିବାରୁ ଅନେକ ଦୁର୍ଘଟଣା ଘଟୁଛି। ଲୋକେ ଆହତ ହେଉଛନ୍ତି। ବର୍ଷାଦିନେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ଛାତ୍ରଛାତ୍ରୀମାନେ ପ୍ରତିଦିନ ବିପଦକୁ ସମ୍ମୁଖୀନ ହୋଇ ସ୍କୁଲ ଓ କଲେଜ ଯାଉଛନ୍ତି।  ଏନେଇ ବିଡିଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିଲେ ହେଁ କେହିବି ଏହାର ସମାଧାନ କରିବାକୁ ପଦକ୍ଷେପ ନେଉନାହାନ୍ତି।

[caption id="attachment_774437" align="aligncenter" width="650"] ବିପଦସଙ୍କୁଳ ରାସ୍ତାରେ ଲୋକେ ଯାତାୟତ କରୁଛନ୍ତି।[/caption]

ଏନେଇ ଖୁଦପେଜ ସରପଞ୍ଚ ଯଶୋଦା ଶତପଥି କହିଛନ୍ତି, ବର୍ଷା ପାଣିରେ ରାସ୍ତାଟି ଧୋଇ ଯାଇଛି। ସମସ୍ୟା ସମ୍ପର୍କରେ ସେ ବିଡିଓଙ୍କୁ ଜଣାଇଥିଲେ। ରାସ୍ତା ଖୁବ୍ ଶୀଘ୍ର ହେବ ବୋଲି ବିଡିଓ କହି ଆସୁଛନ୍ତି।

ଖଡ଼ିଆଳ ବିଡିଓ ନାରାୟଣ ସାହୁ ଏନେଇ କହିଛନ୍ତି, ଏହି ରାସ୍ତାର ମରାମତି କାମ ଜିପି ପାଣ୍ଠିରୁ କରିବାକୁ ସେ ସରପଞ୍ଚକୁ କହିଛନ୍ତି। ଆବଶ୍ୟକ ପାଣ୍ଠି ନ ଥିଲେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସ୍କିମ୍‌ରେ ସହାୟତା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story