ହରିଣ ମାଂସ ବିକ୍ରି କରି ଫେରୁଥିଲେ, ୪ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ହରିଣ ମାଂସ ବିକ୍ରି କରି ଫେରିବା ବେଳେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚକ୍ରଧର ଗାଗାରାଇ, କେସେ ହୋ, ବାସୁଦେବ ନାଏକ  ଓ ସୁଦର୍ଶନ ନାଏକ। ସମସ୍ତଙ୍କ ଘର ଶିମିଳିପାଳ ପାଦ ଦେଶରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ତିନୋଟି ଦେଶୀ ବନ୍ଧୁକ ଓ ୧୨ କେଜି ହରିଣ ମାଂସ ଜବତ କରାଯାଇଛି। ଗତକାଲି ଏହି […]

karajia

Tapaswini Nayak
  • Published: Friday, 10 June 2022
  • , Updated: 10 June 2022, 03:17 PM IST

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ହରିଣ ମାଂସ ବିକ୍ରି କରି ଫେରିବା ବେଳେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ସେମାନଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଚକ୍ରଧର ଗାଗାରାଇ, କେସେ ହୋ, ବାସୁଦେବ ନାଏକ  ଓ ସୁଦର୍ଶନ ନାଏକ। ସମସ୍ତଙ୍କ ଘର ଶିମିଳିପାଳ ପାଦ ଦେଶରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ତିନୋଟି ଦେଶୀ ବନ୍ଧୁକ ଓ ୧୨ କେଜି ହରିଣ ମାଂସ ଜବତ କରାଯାଇଛି।

ଗତକାଲି ଏହି ୪ ଜଣ ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ‌ଏକ ବାଇକ୍ ଯୋଗେ ଯାଇ ଦେଶୀ ବନ୍ଧୁକ ସାହାଯ୍ୟରେ ୩ଟି ହରିଣକୁ ଶିକାର କରିଥିଲେ।  ପରେ ହରିଣ ମାଂସକୁ ବଜାରରେ ବିକ୍ରି କରିଥିଲେ। ବଳକା ମାଂସ ଧରି ଘରକୁ ଫେରୁଥିଲା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ି ଯାଇଥିଲେ।

ଶିମିଳିପାଳ ଅଭୟାରଣ୍ୟର କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ଏହି ଶିକାରୀମାନଙ୍କୁ ଗିରଫ କରିଥିଲା ବନ ବିଭାଗ। ଏହି ଶିକାରୀମାନେ ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟକୁ ‌ଯାଇ ବନ୍ୟଜନ୍ତୁମାନଙ୍କୁ ଶିକାର କରି ମାଂସ ବିକ୍ରି କରନ୍ତି ବୋଲି ଜଣାଯାଇଛି।

 

Related story