ପୁରୀ(ଓଡ଼ିଶା ରିପୋର୍ଟର): ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ମାଡ଼ି ଆସିଲା ବଡ଼ ଲହଡି। ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ମୃତ୍ୟୁ ମୁଖରୁ ୪ଜଣଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ।
ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ୨ ଦମ୍ପତି ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ଭାସି ଯାଇଥିଲେ ୪ ଜଣ। ସମୁଦ୍ର ବେଳାଭୂମିରେ କର୍ତ୍ତବ୍ୟରତ ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ମଧ୍ୟକୁ ଲମ୍ଫ ମାରି ୪ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।
ଟ୍ୟୁବ୍ ସାହାଯ୍ୟରେ ଲାଇଫ ଗାର୍ଡ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ। ସେହିପରି ଆଉ ଜଣେ ଦମ୍ପତି ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା। ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Events & Festivals
ଆଜି ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।
Politics
କାଲିଠୁ ବିଧାନସଭା, ଆଜି ବସିବ ସର୍ବଦଳୀୟ ବୈଠକ
ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିବେ।