ନୂଆପଡ଼ା (ମାୟାଧର ସରାଫ): ବାପାଙ୍କ ମୃତ୍ୟୁ ପରେ ୪ ଭଉଣୀ ନିଖୋଜ ଘଟଣାକୁ ୧୭ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏନେଇ କୌଣସି ଖୋଜଖବର ପାଉନାହାନ୍ତି ପରିବାର ଲୋକେ । ନୂଆପଡ଼ା ଜିଲ୍ଲା ଲଖନା ଥାନାର କୁରୁମପୁରୀ ଗାଁରେ ୪ ଭଉଣୀ ନିଖୋଜ ହୋଇଥିବା ନେଇ ଭାଇ କଲ୍ୟାଣ ଅହିର ଥାନାରେ ଏତଲା ଦେଇଛନ୍ତି।
ଡିସେମ୍ବର ୨୦ରେ ଉଭେରାମ ଅହିର ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ପୁଅ କଲ୍ୟାଣ ବାପାଙ୍କ ମୃତଦେହ ଘରକୁ ଆଣିବା ସହ ବନ୍ଧୁବାନ୍ଧବଙ୍କୁ ସତ୍କାରରେ ସାମିଲ ହେବାକୁ କହିଥିଲେ । ହେଲେ ୪ ଭଉଣୀ ବିଶିନି, ଭୁବନେଶ୍ୱରୀ, ସୁଲୋଚନା ଓ ରାଧିକା ଏଥିରେ ଅରାଜି ହୋଇଥିଲେ । ରାତି ପାହିଲେ ସତ୍କାର କରିବାକୁ କହିଥିଲେ । ହେଲେ ବନ୍ଧୁବାନ୍ଧବଙ୍କ ପରାମର୍ଶରେ କଲ୍ୟାଣ ସନ୍ଧ୍ୟାରେ ଶବ ସତ୍କାର କରିଥିଲେ । ଶବ ସତ୍କାର କରି ଫେରିବା ବେଳକୁ ୪ ଭଉଣୀ ଘରେ ନଥିଲେ । ୧୭ ଦିନ ହେଲା ଘରକୁ ନ ଫେରିବାରୁ ଭାଇ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଆ ଖାଦ୍ୟ ଖାଇବେ ପ୍ରବାସୀ ଭାରତୀୟ: ପ୍ରଭାତୀ ପରିଡ଼ା
ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ବି ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ।
Miscellaneous
ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।
Miscellaneous
୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।
Miscellaneous
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ
୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।