ବାହାଘର ଭୋଜି ଖାଇ ୪୦ ଅସୁସ୍ଥ

ରାଉରକେଲା(ପବନ ତିୱାରୀ): ବାହାଘର ଭୋଜି ହେଲା କାଳ! ଭୋଜି ଖାଇ ୪୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ କିଛି ପିଲା ଥିବା ଜଣାପଡ଼ିଛି। ଏପରି ଘଟଣା ରାଉରକେଲା ସହର ବାସନ୍ତୀ କଲୋନୀର ହରିପୁର ବସ୍ତିରେ ଘଟିଛି।

ଷ୍ଟିଲ ସିଟି ରାଉରକେଲା ସହରରେ ଥିବା ବାସନ୍ତୀ କଲୋନୀର ହରିପୁର ବସ୍ତିରେ ବୁଧବାର ଜଣଙ୍କ ବାହାଘର ଭୋଜି ଥିଲା। ନିମନ୍ତ୍ରଣ ପାଇ ଭୋଜି ଖାଇବାକୁ ଯାଇଥିଲେ ସାହିଭାଇ। ରାତିରେ ଭୋଜି ଖାଇ ଘରକୁ ଫେରି ଯାଇଥିଲେ ସାହିଭାଇ। ଆଜି ସକାଳେ ଭୋଜି ଖାଇଥିବା ଲୋକଙ୍କ ଭିତରୁ କାହାର ପେଟ କାଟିଲା ତ ଆଉ କାହାକୁ ଝାଡ଼ା ଓ ବାନ୍ତି ହୋଇଥିଲା। ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିରେ କିଛି ପିଲା ଥିବା ଜଣାପଡ଼ିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।