ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସ ଅଫିସରସ୍ତରରେ ଏକ ବଡ଼ଧରଣର ବଦଳି କରିଛନ୍ତି। ୪ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ସମେତ ମୋଟ ୪୩ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିବା ଜଣାପଡ଼ିଛି।
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ତହସିଲଦାର ସ୍ତରରେ ୩୯ଜଣ ଜୁନିୟର ପାହ୍ୟାର ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ପରିବହନ ବିଭାଗକୁ ଡେପୁଟେସନରେ ପଠାଯାଇଥିବାବେଳେ ୯ଜଣଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି। ଅନ୍ୟ ଅଫିସରମାନେ ବିଭିନ୍ନ ସ୍ଥାନରେ ତହସିଲଦାର ଭାବେ ବଦଳି ହୋଇଛନ୍ତି। ସେହିପରି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ଭୁବନେଶ୍ୱର ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଆଇଜି(ଜେଲ) ଭାବେ ବଦଳି କରାଯାଇଥିବାବେଳେ ସମ୍ବଲପୁର ମହାନଗର ନିଗମର ପୂର୍ବତନ କମିଶନର ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ମା’ ସମଲେଶ୍ୱରୀ ମନ୍ଦିର ଅଂଚଳ ପରିଚାଳନା ଯୋଜନାର ଓଏସଡି ଭାବେ କାର୍ଯ୍ୟ କରିବେ। ସେହିପରି ଗଞ୍ଜାମର ଡେପୁଟି ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଓ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଡ଼ୁଙ୍କୁ ମାଲକାନଗିରି ଉପଜିଳ୍ଲାପାଳ ଭାବେ ବଦଳି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।