ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ପରେ ବୁଦ୍ଧି ପଶିଲା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ପରେ ସାରାଦେଶରେ ନ୍ୟାୟ ବ୍ୟବସ୍ଥାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ । ଏଥିରୁ ୨୧ଟି କେବଳ ମହିଳାଙ୍କ ପାଇଁ ଓ ବାକି ୨୪ଟି କୋର୍ଟ ପକ୍ସୋ ଆଇନ ଅନ୍ତର୍ଗତ ନାବାଳିକା ଦୁଷ୍ମର୍ମ ମାମଲାର ବିଚାର କରିବେ। ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ମହିଳା ନିର୍ଯାତନା […]

4bn

Tapas Behera
  • Published: Tuesday, 10 December 2019
  • , Updated: 10 December 2019, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ପରେ ସାରାଦେଶରେ ନ୍ୟାୟ ବ୍ୟବସ୍ଥାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ । ଏଥିରୁ ୨୧ଟି କେବଳ ମହିଳାଙ୍କ ପାଇଁ ଓ ବାକି ୨୪ଟି କୋର୍ଟ ପକ୍ସୋ ଆଇନ ଅନ୍ତର୍ଗତ ନାବାଳିକା ଦୁଷ୍ମର୍ମ ମାମଲାର ବିଚାର କରିବେ। ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ମହିଳା ନିର୍ଯାତନା ମାମଲାର ତ୍ୱରିତ ବିଚାର ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏପଟେ କିନ୍ତୁ ବର୍ଷବର୍ଷ ଧରି କୋର୍ଟରେ ଫଇସଲା ନ ହୋଇ ପଡିରହିଥିବା ବିଭିନ୍ନ ମାମଲା ସରକାରଙ୍କ ଚିନ୍ତା ବଢାଇଛି । କେବଳ ହାଇକୋର୍ଟରେ ଦେଢ଼ଲକ୍ଷରୁ ଅଧିକ ମାମଲା ବିଚାର ଅପେକ୍ଷାରେ ଥିବା ବେଳେ ୧୪ ବିଚାରପତି ପଦବି ଖାଲି ପଡ଼ିବା ତ୍ୱରିତ ନ୍ୟାୟ ପ୍ରକିୟାକୁ ବିଳମ୍ବିତ କରୁଛି।

ରାଜ୍ୟରେ ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ବର୍ଷକୁ ଘଟୁଛି ୨୫ ଶହରୁ ଅଧିକ ମାମଲା। ହେଲେ ବିଚାର ସରି ଦଣ୍ଡ ବିଧାନ ହେଲା ବେଳକୁ ମାତ୍ର ୧୮ ପ୍ରତିଶତ କ୍ଷେତ୍ରରେ ଦୋଷୀକୁ ଦଣ୍ଡ ମିଳୁଛି। ତେଣୁ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ଫାଷ୍ଟଟ୍ରାକ କୋର୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥରୁ ୨୧ଟି କୋର୍ଟରେ କେବଳ ମହିଳାଙ୍କ ଉପରେ ହେଉଥିବା ଦୁଷ୍କର୍ମ ମାମଲାର ବିଚାର କରାଯିବ । ୨୪ ଟି ଫାଷ୍ଟଟ୍ରାକ କୋର୍ଟରେ ପକ୍ସୋ ଆଇନ ଅନୁସାରେ ନାବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିଚାର ହେବ। ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ଓ ନ୍ୟାୟ ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ତେବେ ମହିଳା ଅପରାଧକୁ ଛାଡିଦେଲେ ବାକି ଲକ୍ଷ ଲକ୍ଷ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ବିଚାର ନ ହୋଇ ବର୍ଷ ବର୍ଷ ଧରି ପଡ଼ି ରହିଛି।  ତାରିଖ ପରେ ତାରିଖ ଗଡ଼ି ଚାଲୁଛି । ହେଲେ ମାମଲାର ଫଇସଲା ହୋଇପାରୁନି । ହାଇକୋର୍ଟରେ ବିଚାର ଅପେକ୍ଷାରେ ଥିବା ମାମଲାର ସଂଖ୍ୟା ହେଉଛି ଦେଢଲକ୍ଷରୁ ଅଧିକ । ଏଥିରୁ ୨୧ ହଜାର ୬୫୯ ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିବାବେଳେ ୨୦ ବର୍ଷରୁ ଅଧିକ ଦିନ ଧରି ବିଚାର ଚାଲିଛି ୩ ହଜାର ୭୯୬।

ହାଇକୋର୍ଟରେ ଏବେ ୧୪ଟି ବିଚାରପତି ପଦ ଖାଲି ରହିଛି । ସେମତି ଅନ୍ୟ କୋର୍ଟରେ ଜିଲ୍ଲାଜଜ୍ ବର୍ଗରେ ୨୫, ସିନିୟର ସିଭିଲ ଜଜ୍ ବର୍ଗରେ ୩୪, ସିଭଲ ଜଜ୍ ବର୍ଗରେ ୮୯ଟି ବିଚାରପତି ପଦ ଖାଲି ପଡିଛି ବିଚାରପତି ନଥିବାରୁ ଲକ୍ଷ ଲକ୍ଷ ମାମଲା ଫଇସଲା ହୋଇପାରୁ ନଥିବା ବେଳେ ବିଚାରପତି ନିଯୁକ୍ତି କାମ ସରକାରଙ୍କ ନୁହେଁ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି ରାଜ୍ୟ ସରକାର।

Related story