ରାଜ୍ୟରେ ଏବେ ୪୭ଟି ସକ୍ରିୟ କଣ୍ଟେନମେଣ୍ଟ୍ ଜୋନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଏବେ ମୋଟ ୪୭ଟି କଣ୍ଟେନମେଣ୍ଟ ଜୋନ୍ ସକ୍ରିୟ ଅବସ୍ଥାରେ ରହିଛି। ରାଜ୍ୟର ୧୬ଟି ଜିଲ୍ଲାରେ ଏବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ୬୨ଟି ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଥିଲା, ଯେଉଁଥିରୁ ୪୭ଟି ସକ୍ରିୟ ଅଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସକ୍ରିୟ ଥିବା ୪୭ଟି କଣ୍ଟେନମେଣ୍ଟ ଜୋନରୁ ସଂଗୃହୀତ ୬୩୭୬ଟି ନମୁନା ମଧ୍ୟରୁ ୧୩୬ଟି ପଜେଟିଭ୍ […]

corona

corona

Manoranjan Sial
  • Published: Tuesday, 05 May 2020
  • Updated: 05 May 2020, 09:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଏବେ ମୋଟ ୪୭ଟି କଣ୍ଟେନମେଣ୍ଟ ଜୋନ୍ ସକ୍ରିୟ ଅବସ୍ଥାରେ ରହିଛି। ରାଜ୍ୟର ୧୬ଟି ଜିଲ୍ଲାରେ ଏବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ୬୨ଟି ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଥିଲା, ଯେଉଁଥିରୁ ୪୭ଟି ସକ୍ରିୟ ଅଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସକ୍ରିୟ ଥିବା ୪୭ଟି କଣ୍ଟେନମେଣ୍ଟ ଜୋନରୁ ସଂଗୃହୀତ ୬୩୭୬ଟି ନମୁନା ମଧ୍ୟରୁ ୧୩୬ଟି ପଜେଟିଭ୍ କେସ୍ ବାହାରିଛି। ଯାହାକି ରାଜ୍ୟରେ ମୋଟ ପଜେଟିଭ୍ ସଂଖ୍ୟାର ୮୩ ପ୍ରତିଶତ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୈନିକ ୧୫ହଜାର ପରୀକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉଥିବାବେଳେ ଏବେ ଦିନକୁ ପ୍ରାୟ ୩୫୦୦ ନମୁନା ପରୀକ୍ଷା ହେଉଛି। ଆଗାମୀ ଦିନରେ ବାରିପଦା, ବାଲେଶ୍ୱର, କୋରାପୁଟ ଓ ବଲାଙ୍ଗିରରେ ପରୀକ୍ଷା ସୁବିଧାର ବିକାଶ କରାଯିବ। ରାଜ୍ୟରେ ଏବେସୁଦ୍ଧ ୪୬ହଜାର ଟେଷ୍ଟିଂ ହୋଇଥିବାବେଳେ ଏଥିମଧ୍ୟରୁ ୧୭୫ଟି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ ପ୍ରତି ୧୦ଲକ୍ଷ ଲୋକରେ ୮୮୩ଟି ନମୁନା ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ପ୍ରତି ୧୦ଲକ୍ଷ ଲୋକରେ ଏକ ହଜାର ଟେଷ୍ଟିଂ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos