ରାୟଗଡ଼ା(ମାଉଡି ବାରିକ): ଦୋକନ ଘର ନିକଟରୁ ମିଳିଲା ୫ ବୋମା(ଜିଲୋଟିନ୍)। ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେରୁ ଗାଁର ଟୁଟୁ କିରାଣିଙ୍କ ଦୋକାନ ନିକଟରୁ ଏହି ବୋମା ମିଳିଛି। ବୋମା ସହ ବିସ୍ଫୋରକ ମଧ୍ୟ ମିଳିଛି।
ଏଠାରେ ବୋମା ରହିଥିବା ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ସହିତ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଓ ସିଆରପିଏଫ୍ ଯବାନ ପହଞ୍ଚିଥିଲେ। ବୋମୋ ନିଷ୍କ୍ରିୟକାରୀ ଦଳ ବିସ୍ଫୋରକକୁ ନିଷ୍କ୍ରିୟ କରିଥିଲେ। ସେଠାକୁ ବିସ୍ଫୋରକ କେମିତି ଆସିଲା ତଦନ୍ତ ଚାଲୁ ରହିଥିବା ନେଇ ଏସପି ସୂଚନା ଦେଉଛନ୍ତି।
ଏବେ ନକ୍ସଲ ସଂଗଠନ ପି.ଏଲ.ଜି.ଏ ସପ୍ତାହ ପାଳନ କରୁଛନ୍ତି। ଶୁଙ୍ଗେରୁ ଗାଁ ମାଓବାଦୀ ପ୍ରଭାବିତ ଅଞ୍ଚଳ ଭିତରେ ଆସୁଛି। ତେଣୁ ସମଗ୍ର ଅଞ୍ଚଳରେ ପୁଲିସ ପକ୍ଷରୁ ସତର୍କ ନଜର ରଖାଯାଇଛି। ବୋମା ଓ ବିସ୍ଫୋରକ ମିଳିବା ପରେ ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। ପୁଲିସ ଓ ସିଆରପିଏଫ୍ ଏହାର ତଦନ୍ତ ଆରମ୍ଭ କରିଛି। ଦୋକାନୀଙ୍କୁ ଏ ବାବଦରେ ପଚରାଉଚରା ମଧ୍ୟ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
Politics
ମୁରବୀବିହୀନ ବିଜେଡି: ଶଙ୍ଖଭବନରେ ୨ ମହିଳା ପଦାଧିକାରୀ ଧସ୍ତାଧସ୍ତି,ମାରପିଟ୍
ଆଜିର ଏହି ଘଟଣାରୁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି ।
Politics
ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିଲେ
ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଏବଂ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।