୫ ଦଫା ଦାବି ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୫ ଦଫ। ଦାବି ନେଇ ପ୍ରଶାସନିକ ଭବନ ସମ୍ମୁଖରେ ଆଜି ଠାରୁ ଧାରଣା ଦିଆଯାଇଛି। ପଦୋନ୍ନତି, ଖାଲି ପଦବି ପୂରଣ, ନୂଆ କ୍ୟାଡ଼ର ଲାଗୁ ଓ ଅବସରକାଳୀନ ବୟସ ୬୨କୁ ବୃଦ୍ଧି ଆଦି ଦାବି ନେଇ ସଂଘ ପକ୍ଷରୁ ଏହି ଧାରଣା ଆରମ୍ଭ ହୋଇଛି। ପୂର୍ବରୁ ଏନେଇ ସଂଘ, କୁଳପତି ଓ କୁଳାଧିପତିଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଥିଲା ଓ ଦୁଇ ଥର ପ୍ରତୀକ ଆନ୍ଦୋଳନ ମଧ୍ୟ […]

university

Rakesh Mallick
  • Published: Monday, 25 May 2015
  • , Updated: 25 May 2015, 12:40 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୫ ଦଫ। ଦାବି ନେଇ ପ୍ରଶାସନିକ ଭବନ ସମ୍ମୁଖରେ ଆଜି ଠାରୁ ଧାରଣା ଦିଆଯାଇଛି। ପଦୋନ୍ନତି, ଖାଲି ପଦବି ପୂରଣ, ନୂଆ କ୍ୟାଡ଼ର ଲାଗୁ ଓ ଅବସରକାଳୀନ ବୟସ ୬୨କୁ ବୃଦ୍ଧି ଆଦି ଦାବି ନେଇ ସଂଘ ପକ୍ଷରୁ ଏହି ଧାରଣା ଆରମ୍ଭ ହୋଇଛି। ପୂର୍ବରୁ ଏନେଇ ସଂଘ, କୁଳପତି ଓ କୁଳାଧିପତିଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଥିଲା ଓ ଦୁଇ ଥର ପ୍ରତୀକ ଆନ୍ଦୋଳନ ମଧ୍ୟ ହୋଇଥିଲା।

ତେବେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନନେବାରୁ ସଂଘ ପକ୍ଷରୁ ପ୍ରଶାସନିକ ଭବନ ସମ୍ମୁଖରେ ଧାରଣା ଆରମ୍ଭ କରାଯାଇଛି। ଅନ୍ୟ ପକ୍ଷରେ ସଂଘର ଦାବି ସଂପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି ଓ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ସଂପନ୍ନରେ ଯେପରି ବାଧା ସୃଷ୍ଟି ନହେବ ସେ ଦିଗରେ ଦୃଷ୍ଟି ଦେବା ପାଇଁ ସଂଘକୁ ନିବେଦନ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟର ସଚିବ ପ୍ରଫେସର ମନ୍ମଥ ପାଢୀ କହିଛନ୍ତି।

Related story