ଧାନବିଲକୁ ଓଲଟିଲା ବସ୍, ୫ ଆହତ

ବାଲେଶ୍ୱର: ଧାନବିଲ ଭିତରକୁ ଓଟଲିଗଲା ବସ୍। ଫଳରେ ୫ ଜଣ ଆହତ ହୋଇଛନ୍ତି। ଏମିତି ଏକ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ। କଷାଫଳରୁ ବାଲେଶ୍ୱର ଆସିବା ବାଟରେ ଏହି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବସି ରାସ୍ତା କଡ଼ରେ ଥିବା ଧାନବିଲକୁ ଓଲଟି ପଡ଼ିଥିଲା। ବସରେ ପାଖାପାଖି ୨୦ ଜଣ ଯାତ୍ରୀ ଥିବା କୁହାଯାଉଛି। ତେବେ ଆହତ ହୋଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ […]

bus

Ranjit Kumar Jena
  • Published: Wednesday, 14 October 2020
  • , Updated: 14 October 2020, 07:55 AM IST

ବାଲେଶ୍ୱର: ଧାନବିଲ ଭିତରକୁ ଓଟଲିଗଲା ବସ୍। ଫଳରେ ୫ ଜଣ ଆହତ ହୋଇଛନ୍ତି। ଏମିତି ଏକ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ। କଷାଫଳରୁ ବାଲେଶ୍ୱର ଆସିବା ବାଟରେ ଏହି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବସି ରାସ୍ତା କଡ଼ରେ ଥିବା ଧାନବିଲକୁ ଓଲଟି ପଡ଼ିଥିଲା।

ବସରେ ପାଖାପାଖି ୨୦ ଜଣ ଯାତ୍ରୀ ଥିବା କୁହାଯାଉଛି। ତେବେ ଆହତ ହୋଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story