କଟକ ସହରରୁ ୫ ପଜିଟିଭ ଚିହ୍ନଟ; ଅଛନ୍ତି କରୋନା ଯୋଦ୍ଧା
କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ନୂଆ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ମହାନଗର ନିଗମରୁ କେବଳ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଜଣେ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ। ଆଉ ଜଣେ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି। ଏନେଇ ସିଏମ୍ସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ୩ ଜଣଙ୍କ ମଧ୍ୟରୁ ବାଦାମବାଡ଼ି ଶଙ୍କରପୁର କଲୋନୀର ଏକ ପରିବାରରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷୀୟ ବାଳକ ଥିବା ବେଳେ ଅନ୍ୟ ଜଣେ ୩୫ ବର୍ଷୀୟା ମହିଳା। ସେମାନେ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳାବାଗ ଅଞ୍ଚଳର ୨୯ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଜଣେ କରୋନା ଯୋଦ୍ଧା ।
ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବା ଜଣେ ୨୫ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ କଟକ ବଡ଼ ମେଡିକାଲର ଆଇସୋଲେସନ ୱାର୍ଡରେ ଥିଲେ। ଏହାବ୍ୟତୀତ କନିକା ରୋଡ଼ ଅଞ୍ଚଳରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ସେ ଲୋକାଲ କେସ୍ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।