ଇଣ୍ଡିଆନ ଅଏଲ ଟର୍ମିନାଲରେ ଟ୍ୟାଙ୍କର ବନ୍ଦ

ପାରାଦୀପ: ଜଣେ ଟ୍ୟାଙ୍କର ଡ୍ରାଇଭରଙ୍କୁ ଛଟେଇ ପ୍ରତିବାଦରେ ପାରାଦୀପରେ ଇଣ୍ଡିଆନ ଅଏଲ ଟର୍ମିନାଲରେ ଶତାଧିକ ଟ୍ୟାଙ୍କର ଡ୍ରାଇଭର କାମ ଛାଡ଼ି ଧାରଣାରେ ବସିଛନ୍ତି।

ଛଟେଇ ଡ୍ରାଇଭରଙ୍କୁ ପୁନଃ ନିଯୁକ୍ତି ଦିଆଯିବା ଦାବିରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପ୍ରାୟ ୫୦୦ରୁ ଅଧିକ ଟ୍ୟାଙ୍କର ଚଳାଚଳ ଠପ୍ ହୋଇଯାଇଛି। ଟ୍ୟାଙ୍କର ବନ୍ଦ ଥିବାରୁ ରାଜ୍ୟକୁ ତୈଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।