ପୁଲିସକୁ ଫୋନ୍‌ କରି ହରଡ଼ଘଣାରେ ପଡ଼ିଲେ ଟ୍ରକ୍‌ ଚାଳକ ! ଫାଇନ୍‌ ଲାଗିଲା ୫୮,୦୪୦ ଟଙ୍କା

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାନ ବୋଝେଇ ଟ୍ରକକୁ ଲାଗିଲା ୫୮,୦୪୦ ଟଙ୍କା ଫାଇନ୍‌। ଓଭର ଲୋଡ଼ିଂ, ପ୍ରଦୂଷଣ ସାର୍ଟିଫିକେଟ, ଡ୍ରାଇଭରର ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପରିମିଟ ନ ଥିବାରୁ ଭଦ୍ରକ ପରିବହନ ବିଭାଗ ଉକ୍ତ ଟ୍ରକ ଉପରେ 58,040 ଟଙ୍କା ଫାଇନ ଲଗେଇଛି । ଗତ ୨୧ ତାରିଖ ଦିନତିହିଡି ବ୍ଲକ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଠାରୁ ଦୁଇ ଶହ କୁଇଣ୍ଟାଲ ଧାନ କ୍ରୟ କରି ଏହି ଟ୍ରକ ସମ୍ବଲପୁରର ଭେଙ୍କଟେଶ୍ୱର […]

6789

6789

Tapas Behera
  • Published: Thursday, 23 January 2020
  • Updated: 23 January 2020, 04:35 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାନ ବୋଝେଇ ଟ୍ରକକୁ ଲାଗିଲା ୫୮,୦୪୦ ଟଙ୍କା ଫାଇନ୍‌। ଓଭର ଲୋଡ଼ିଂ, ପ୍ରଦୂଷଣ ସାର୍ଟିଫିକେଟ, ଡ୍ରାଇଭରର ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପରିମିଟ ନ ଥିବାରୁ ଭଦ୍ରକ ପରିବହନ ବିଭାଗ ଉକ୍ତ ଟ୍ରକ ଉପରେ 58,040 ଟଙ୍କା ଫାଇନ ଲଗେଇଛି । ଗତ ୨୧ ତାରିଖ ଦିନତିହିଡି ବ୍ଲକ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଠାରୁ ଦୁଇ ଶହ କୁଇଣ୍ଟାଲ ଧାନ କ୍ରୟ କରି ଏହି ଟ୍ରକ ସମ୍ବଲପୁରର ଭେଙ୍କଟେଶ୍ୱର ରାଇସ ମିଲକୁ ଯାଉଥିଲା । ତେବେ ଏହି ସମୟରେ ଉକ୍ତ ଟ୍ରକ(MH-16CC-7474)କୁ ଅଟକାଇ କିଛି ଲୋକେ ଚାନ୍ଦା ମାଗିଥିଲେ ।

ଏହି ଘଟଣାରେ ତିହିଡି ପୁଲିସ ଜଣକୁ ଗିରଫ କରିବା ସହ ଟ୍ରକକୁ ଅଟକ ରଖିଥିଲା। ପରେ ଆଞ୍ଚଳିକ ପରିବହନ ନିଗମକୁ ଜଣାଇଥିଲା ପୁଲିସ । ଗତକାଲି ରାତିରେ ଭଦ୍ରକ ଆଞ୍ଚଳିକ ପରିବହନ ନିଗମ ତିହିଡିରେ ପହଞ୍ଚି ଟ୍ରକ ଯାଞ୍ଚ କରିଥିଲା। ତେବେ ଗାଡିର କୌଣସି କାଗଜପତ୍ର ଠିକ ନଥିବା କଥା ଜଣାପଡିଥିଲା ।  ଏହା ପରେ ଉକ୍ତ ଟ୍ରକ୍‌ ଉପରେ ପରିବହନ ବିଭାଗ ଫାଇନ୍‌ ଲଗାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos