ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫାଇଭ-ଟି’ ଓ ‘ମୋ ସରକାର’ର ଆଳ ଦେଖାଇ ବିକାଶ ପ୍ରକ୍ରିୟାକୁ ମଠମନ୍ଦିରର ଭଙ୍ଗାଗଢ଼ା ଭିତରେ ଏବେ ସୀମିତ ରଖିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ସଚିବମାନେ କ୍ରମାଗତ ଭାବେ ଗୌଣ ପାଲଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ଏବେ ସମସ୍ତ ଓ ଏକକ କ୍ଷମତାର ଅଧିକାରୀ ପାଲଟିଛି। ଯାହାକି ରାଜ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଅନ୍ୟ ବରିଷ୍ଠ ଆଇଏଏସଙ୍କ କ୍ଷମତାକୁ ମଧ୍ୟ ପ୍ରଭାବିତ କରାଉଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ […]

NAVEEN-1

NAVEEN-1

Tapas Behera
  • Published: Friday, 31 January 2020
  • Updated: 31 January 2020, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫାଇଭ-ଟି’ ଓ ‘ମୋ ସରକାର’ର ଆଳ ଦେଖାଇ ବିକାଶ ପ୍ରକ୍ରିୟାକୁ ମଠମନ୍ଦିରର ଭଙ୍ଗାଗଢ଼ା ଭିତରେ ଏବେ ସୀମିତ ରଖିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ସଚିବମାନେ କ୍ରମାଗତ ଭାବେ ଗୌଣ ପାଲଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ଏବେ ସମସ୍ତ ଓ ଏକକ କ୍ଷମତାର ଅଧିକାରୀ ପାଲଟିଛି। ଯାହାକି ରାଜ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଅନ୍ୟ ବରିଷ୍ଠ ଆଇଏଏସଙ୍କ କ୍ଷମତାକୁ ମଧ୍ୟ ପ୍ରଭାବିତ କରାଉଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ଜଣ ବରିଷ୍ଠ ଅଧିକାରୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ପାଟକୁରା ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟର ତଦାରଖ କରୁଥିବାବେଳେ ଅନ୍ୟଜଣେ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ବିଭିନ୍ନ ଯୋଜନାର ପରିଚାଳନାର ତଦାରଖ କରିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ସହ ଆନନ୍ଦପୁରରେ ଥିବା ଏକ ହାଇସ୍କୁଲର ପ୍ଲାଟିନମ ଜୁବୁଲି ସମାରୋହରେ ସାମିଲ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କର ପାରମ୍ପରିକ ରାଜନୀତିକ ଶତ୍ରୁ ତଥା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସହ ଏକାଠି ମଞ୍ଚରେ ବସିଥିବାର ଦେଖିବାକୁ ମିଳିଥିଲା। ଯାହାକି ଦୀର୍ଘ ଦଶନ୍ଧି ମଧ୍ୟରେ ପ୍ରଥମଥର ବୋଲି କୁହାଯାଉଛି। ସ୍କୁଲର ସମାରୋହ ଆଳରେ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପାରମ୍ପରିକ ଶତ୍ରୁ ସହ ହାତ ମିଳାଇବାକୁ ପଛାଇ ନଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ସେପଟେ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ଅଧିକାରୀ ଡିଏସ୍ କୁଟ୍ଟେ, ପ୍ରଦୀପ୍ତ କୁମାର ମହାପାତ୍ର ଓ ରୂପାରୋସନ ସାହୁ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସାଧାରଣ ଲୋକଙ୍କୁ ଭେଟି ସିଧାସଳଖ ସେମାନଙ୍କର ଅଭିଯୋଗ ଶୁଣିଥିଲେ। ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟ ନିଜେ ମୁଖ୍ୟମନ୍ତ୍ରୀ ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ସେମାନେ ଆସିଥିବା ମଧ୍ୟ କହିବାକୁ ପଛାଇ ନଥିଲେ। ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନମଣ୍ଡଳୀରେ ଶାସକ ଦଳର ବିଧାୟକ(ଦିବଂଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ର ଅଗ୍ରୱାଲ) ଥିବାବେଳେ ଏହି ଅଫିସରମାନେ ତାଙ୍କୁ ଅଣଦେଖା କରି ସିଧାସଖଳ ଜନପ୍ରତିନିଧିମାନଙ୍କୁ ଭେଟି କି ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି। ଶାସକ ଦଳର ଜଣେ ନିର୍ବାଚିତ ବିଧାୟିକା କ’ଣ ନିର୍ବାଚନମଣ୍ଡଳୀର ବିକାଶ କରିବାକୁ ଅକ୍ଷମ ନା ମୁଖ୍ୟମନ୍ତ୍ରୀଙ୍କ ଅଫିସ ହିଁ ସବୁକିଛି ବୋଲି ଦର୍ଶାଇବାକୁ ସନ୍ଦେଶ ଦିଆଯାଉଛି। ଏପରିକି ନିର୍ବାଚନମଣ୍ଡଳୀର ବିକାଶ କଥା ବୁଝିବା ପାଇଁ ଜିଲ୍ଲାସ୍ତରରେ ଯୋଜନା କମିଟି ଥିବାବେଳେ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଅଣଦେଖା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ଲୋକଙ୍କ ପାଖକୁ ଯିବା କେତେଦୂର ସମୀଚୀନ ତାକୁ ନେଇ ପ୍ରଶ୍ନ ଉଠିଛି।

୨୦୧୮ ଓ ୨୦୧୯ ବିଜେପୁର ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ସେହି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି ଦୁଇ ଦୁଇଥର ଘୋଷଣା କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର କୌଣସି ଅଫିସର କାହିଁକି ଦିନେକାଳେ ଏପର୍ଯ୍ୟନ୍ତ ସେହି ସ୍ଥାନ ମାଡ଼ିନାହାନ୍ତି। କିମ୍ବା ସେଠାରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ଆଗ୍ରହ ଦେଖାଇନାହାନ୍ତି। ତା’ହେଲେ ପାଟକୁରାରେ ଏଭଳି ନୀତି କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।
ସେହିପରି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଆଜି ଅଚାନକ ତାରାତାରିଣୀ ପୀଠରେ ପୂଜାର୍ଚ୍ଚନା ସହ ସେଠାର ପାରିପାଶ୍ୱିର୍କ ବିକାଶର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ବିଭିନ୍ନ ସ୍କୁଲକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ ସହ ଭିତ୍ତଭୂମି ଆଦି ତଦାରଖ କରିଛନ୍ତି। ମାତ୍ର ଏସବୁ କାର୍ଯ୍ୟ କରିବାବେଳେ ଜଣେ ସରକାରୀ ଅଫିସର କାହିଁକି ନିଜ ସହ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଅବା ସଚିବଙ୍କୁ ସାଙ୍ଗରେ ନେଉନାହାନ୍ତି ତାହା ପରୋକ୍ଷରେ ସମ୍ପୃକ୍ତ ମନ୍ତ୍ରୀ ଓ ସଚିବଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ମାତ୍ର ଓଡ଼ିଶାରେ ଏବେ ଓଲଟା ପବନ ବୋହିବାରେ ଲାଗିଛି। କ୍ଷମତାର ବିକେନ୍ଦ୍ରୀକରଣ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକକ କ୍ଷମତାର ଅଧିକାରୀ ହୋଇ ରାଜ୍ୟକୁ ଶାସନ କରିବାର ନୂଆ ପରମ୍ପରା ସୃଷ୍ଟି ହୋଇଛି। ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story