ବାପା-ମାଆଙ୍କ ଆଖି ଆଗରୁ ପୁଅକୁ ଝାମ୍ପି ନେଲା ବାଘ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ବାପା, ମାଆ ଓ ଜେଜେ ବାପାଙ୍କ ଆଖି ଆଗରୁ କୁନି ପୁଅକୁ ଝାମ୍ପି ନେଲା କଳାପତରିଆ ବାଘ। ଏପରି ହୃଦୟ ବିଦାରକ ଘଟଣା ଛତିଶଗଡ଼ ସିହାୱାରେ ଘଟିଛି। ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଏପରି ଘଟଣା ଘଟିଛି। ପୂରା ଘଟଣା ଏମିତି। ସୋମବାର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହି ଆଦିବାସୀ ସାହିର ନରେନ୍ଦ୍ର ଗଣ୍ଡଙ୍କ ପରିବାର ଛତିଶଗଡ଼ର ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କ […]

leopard

leopard

Manoranjan Sial
  • Published: Tuesday, 12 October 2021
  • Updated: 12 October 2021, 04:35 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ବାପା, ମାଆ ଓ ଜେଜେ ବାପାଙ୍କ ଆଖି ଆଗରୁ କୁନି ପୁଅକୁ ଝାମ୍ପି ନେଲା କଳାପତରିଆ ବାଘ। ଏପରି ହୃଦୟ ବିଦାରକ ଘଟଣା ଛତିଶଗଡ଼ ସିହାୱାରେ ଘଟିଛି। ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଏପରି ଘଟଣା ଘଟିଛି।

ପୂରା ଘଟଣା ଏମିତି। ସୋମବାର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହି ଆଦିବାସୀ ସାହିର ନରେନ୍ଦ୍ର ଗଣ୍ଡଙ୍କ ପରିବାର ଛତିଶଗଡ଼ର ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କ ମନ୍ଦିରକୁ ଯିବାକୁ ପାଇଁ ପୂରା ପରିବାର ସିହାୱା ପାହାଡ଼ ଚଢ଼ିଥିଲେ। ସନ୍ଧ୍ୟା ବେଳେ ମାଆଙ୍କୁ ଦର୍ଶନ କରି ଫେରୁଥିଲେ। ଆଗରେ ଚାଲୁଥିଲା ନରେନ୍ଦ୍ରଙ୍କ ୬ ବର୍ଷର ପୁଅ ଅବିନାଶ। ଆଉ ତା’ ପଛରେ ବାପା ନରେନ୍ଦ୍ର, ମାଆ ଓ ଜେଜେବାପା ସୋବାରାଓ ଗଣ୍ଡ ଚାଲି ଚାଲି ଯାଉଥିଲେ। ଠିକ୍‌ ଏହି ସମୟରେ ଗୋଟିଏ କଳାପତରିଆ ବାଘ ଅବିନାଶଙ୍କ ଉପରେ ଲମ୍ଫ ମାରିଲା। ଆଉ ବାପା-ମାଆ ଓ ଜେଜେଙ୍କ ଆଖି ଆଗରେ ଅବିନାଶକୁ ଝାମ୍ପି ନେଇଗଲା ବାଘ।

ଅବିନାଶକୁ କଳାପତରିଆ ବାଘ ନେଇ ଯାଉଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଶ୍ରଦ୍ଧାଳୁମାନେ ହୋ-ହଲ୍ଲା କରିଥିଲେ। ଖବର ପାଇଁ ସିହାୱା ବନ ବିଭାଗ ଓ ପୁଲିସ ସର୍ଚ୍ଚ ଅପରେସନ୍‌ରେ ଲାଗି ପଡ଼ିଥିଲେ। କିଛି ସମୟର ଖୋଜା ଖୋଜି ପରେ ଏକ ପଥର ଚଟାଣ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅବିନାଶକୁ ପାଇଥିଲା ବନ ବିଭାଗ। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିହାୱା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏପରି ଘଟଣା ପୂର୍ବରୁ ୩ ଥର ଘଟିଛି। ଅର୍ଥାତ ସୋମବାର ସନ୍ଧ୍ୟା ବେଳେ ଘଟିଥିବା ଘଟଣା ହେଉଛି ଚତୁର୍ଥ। ନବରାତ୍ର ସମୟରେ ମାଆ ଶୀତଳା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ କଳାପତରିଆ ବାଘଟି ଏପରି ଟାର୍ଗେଟ କରୁଥିବା ଜଣାପଡ଼ିଛି। ତେଣୁ ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି। ସେପଟେ ବନ ବିଭାଗ ଉକ୍ତ କଳାପତରିଆ ବାଘକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story