୪ଦିନର ସଂଗ୍ରାମ ପରେ ଆଖି ବୁଜିଲା ଶିଶୁ

Ordigital Desk
  • Published: Tuesday, 20 February 2018
  • , Updated: 20 February 2018, 09:15 AM IST
<p>ରାଉରକେଲା(ଓଡ଼ିଶା ରିପୋର୍ଟର): ୪ଦିନର ସଂଗ୍ରାମ ପରେ ଶେଷରେ ଆଖି ବୁଜିଲା ୬ଦିନର ଶିଶୁ। ରାଉରକେଲା ନର୍ସିଂହୋମରେ ନିଆଁ ଲାଗି ଗୁରୁତର ହୋଇଥିବା ଶିଶୁ ପୁତ୍ର ଶେଷରେ ଆଖି ବୁଜିଛି। ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର।</p> <p>ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳ ଆଶଙ୍କାରେ ନର୍ସିଂହୋମ ଆଗରେ ପୋଲିସ୍ ମୁତୟନ କରାଯାଇଛି। ଶନିବାର ନର୍ସିଂହୋମରେ ନିଆଁ ଲାଗି ୬ ଦିନର ଶିଶୁ ଗୁରୁତର ହୋଇଥିଲା। ପ୍ରଥମେ ଶିଶୁଟିକୁ ଆଇଜିଏଚ୍&nbsp; ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।</p>

Related story